କାଲିଠୁ କଳିଙ୍ଗ ଷ୍ଟାଡ଼ିୟମରେ ଫୁଟବଲ ମହାସମର

0
912
football match at kalinga stadium
football match at kalinga stadium

ଭୁବନେଶ୍ୱର : ଆସନ୍ତାକାଲିଠୁ ଭୁବନେଶ୍ୱରରେ ହେବ ଫୁଟବଲ ମହାସମର। ଇଣ୍ଡିଆନ୍ ସୁପର ଲିଗର ଟପ୍ ୮ଟି କ୍ଲବ ଏବଂ ଆଇ ଲିଗର ଟପ ୮ଟି କ୍ଲବକୁ ନେଇ ଖେଳାଯିବ ସୁପର କପ ଫୁଟବଲ। ନକ ଆଉଟ ଭିତ୍ତିରେ ଖେଳାଯିବ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ। ଉଦଘାଟନୀ ମ୍ୟାଚରେ ସାମ୍ନା ସାମ୍ନି ହେବେ ଚେନ୍ନାଇୟାନ୍ ଏଫ୍ସି ଏବଂ ଆଇଜଲ ଏଫ୍ସି। ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ କରିବା ସହ ଭଲ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ଖେଳିବା ନେଇ ଅାଶା ରଖିଛନ୍ତି।

ସୁପର କପ୍ ଫୁଟବଲ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପୁରା ପ୍ରସ୍ତୁତ। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ଷ୍ଟାଡ଼ିୟମର ସବୁ ବର୍ଗର ଟିକେଟ୍ ମୂଲ୍ୟ ୨୦ ଟଙ୍କା  ଧାର୍ଯ୍ୟ କରାଯାଇଛି। ଟୁର୍ଣ୍ଣାମେଣ୍ଟ ପାଇଁ ୧ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।  ରାଜ୍ୟ ସରକାର ଏବଂ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି।