କାଳବୈଶାଖୀ : ୪ଟି ଜିଲ୍ଲାରେ କୁଆପଥର ସହ ଧୂଳିଝଡ ଆଶଙ୍କା

0
847
thunder storm and hailstone
thunder storm and hailstone

ଭୁବନେଶ୍ୱର : ରାଜ୍ୟର ଚାରୋଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ସହ ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଅନୁଗୁଳ , ନୟାଗଡ ,କଟକ ଓ ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ମାଡ ଓ ଧୂଳିଝଡ ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ଚାରୋଟି ଜିଲ୍ଲାକୁ ସାଢେ ୧୧ ଯାଏଁ ସତର୍କ ରହିବାକୁ ସୂଚନା ଦିଆଯାଇଛି । କାଳବୈଶାଖୀ ସହ ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।