କାଶ୍ମୀର ଏନକାଉଣ୍ଟର : ୪ ଆତଙ୍କୀ ନିହତ

0
810
army target terrorists
army target terrorists

ଶ୍ରୀନଗର : କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ ଜାରି ଏନକାଉଣ୍ଟର ସମୟରେ  ଚାରି ଜଣ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି। ସେନାର କାର୍ୟ୍ୟାନୁଷ୍ଠାନ ସମୟରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା।

ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ସୁରକ୍ଷାବଳଙ୍କୁ  ମଙ୍ଗଳବାର ବଡ ସଫଳତା ମିଳିଛି। ଏଠାରେ ଏନକାଉଣ୍ଟର ସମୟରେ  ଚାରି ଜଣ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି।  ସେନାର ସର୍ଚ୍ଚ ଅପରେସନ ସମୟରେ ହୋଇଥିବା ଗୁଳି ବିନିମୟ ସମୟରେ  ସେନା ଆତଙ୍କବାଦୀଙ୍କୁ ଏକ କୋଠାରେ ଘେରି ରହିଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ  ମଙ୍ଗଳବାର ସକାଳେ କୁପଓ୍ଵାଡାରେ ୩ ରୁ  ୪ଜଣ ଆତଙ୍କବାଦୀ  ଛପି ରହିଥିବାର ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ସେନାର ୨୧ ରାଷ୍ଟ୍ରୀୟ ରାଇଫଲ୍ସ, ଜାମ୍ମୁ ଓ କାଶ୍ମୀର ପୋଲିସର ଏସଓଜି ଓ ସିଆରପିଏଫ ଯବାନଙ୍କ ଦ୍ଵାରା ଏହି ଇଲାକାରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

ହଲମତପୋରାରେ ହୋଇଥିବା ଅପରେସନ ସମୟରେ ପୁରା ଇଲାକାକୁ ସିଲ୍ କରି ଦିଆଯାଇଥିଲା। ଏହା ବ୍ୟତୀତ ସେନାର କାର୍ୟ୍ୟାନୁଷ୍ଠାନ ସମୟରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ସେନାର ମଜଭୁତ ଘେରାଉ ପରେ ଆତଙ୍କବାଦୀ ସର୍ଚ୍ଚ ଅପରେସନ ମଧ୍ୟରେ ସେନା ଉପରେ ଗୁଳି ବର୍ଷଣ କରିଥିଲେ।  ଏହା ପରେ ସେନାର କାର୍ୟ୍ୟାନୁଷ୍ଠାନରେ ଏନକାଉଣ୍ଟର ସମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ  ଉତ୍ତର କାଶ୍ମୀରର ବାନ୍ଦିପୋରାରେ ମଧ୍ୟ ମାର୍ଚ୍ଚ ୧ରେ ଆତଙ୍କୀ ସହିତ ହୋଇଥିବା ଗୁଳି ବିନିମୟରେ ସେନା ଜଣେ ଆତଙ୍କୀକୁ ନିହତ କରିଥିଲେ। ଏହା ସହିତ ଆତଙ୍କୀଠୁ ଏକେ ୪୭ ରାଇଫଲ ମଧ୍ୟ ସେନା  ଜବତ କରିଥିଲେ।