କାଶ୍ମୀର ଛାତ୍ର ଅପହରଣ ପ୍ରସଙ୍ଗ : ରାଜଧାନୀରେ ମାଓ ପୋଷ୍ଟର

0
967
rajadhani re mao poster
rajadhani re mao poster

ଭୁବନେଶ୍ୱର: ଏମ୍ସ ଛାତ୍ର ସୋହେଲ ଅ।ଜାଦ୍ ନିଖୋଜ ଘଟଣା ସୋମବାର ଏକ ନୁଆ ମୋଡ଼ ନେଇଛି । ଛାତ୍ରଙ୍କୁ ମାଓବାଦୀମାନେ ଅପହରଣ କରିଛନ୍ତି ବୋଲି ରାଜଧାନୀରେ ଏକ ପୋଷ୍ଟରରେ ଲେଖି ମାରିଛନ୍ତି । ସୋମବାର ଭୁବନେଶ୍ୱରରେ ଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଏକ ହାତ ଲେଖା ପୋଷ୍ଟର ମିଳିଛି । ଏଥିରେ ସୋହେଲଙ୍କୁ ସିପିଆଇ ମାଓବାଦୀ ଅପହରଣ କରିଥିବା ଉଲ୍ଲେଖ ରହିଛି । ଏଥିରେ ଜେଲ୍‌ରେ ଥିବା ସବ୍ୟସାଚୀ ପଣ୍ଡାଙ୍କୁ ଛାଡ ନହେଲେ ସୋହେଲଙ୍କୁ ହତ୍ୟା କରାଯିବ ନେଇ ଉଲ୍ଲେଖ ରହିଛି । ଏହି ହାତ ଲେଖା ଚିଠି ବିଷୟରେ ତଦନ୍ତ କରାଯାଉଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଏହି ଲେଖାଟି ସତ କି ନୁହେଁ ସେ ବିଷୟରେ ତଦନ୍ତ ଚାଲିଛି । ସୋହେଲଙ୍କ ପିତା ସୋମବାରରେ ପୁଣିଥରେ ଡିସିପି ସତ୍ୟବ୍ରତ ଭୋଇଙ୍କୁ ଭେଟିଛନ୍ତି ।
ଏଠାରେ ଉଲ୍ଲେଖ ଥାଉକି, ଏମ୍ସ ଛାତ୍ର ସୋହେଲ ଆଇଜାଦ୍ ନିଖୋଜ ଘଟଣାରେ କମିଶନରେଟ ପୋଲିସର ଟିମ୍ କଲିକତାରେ ତଦନ୍ତ କରିଥିଲା । ଟିମ୍ ହାୱାଡା ଷ୍ଟେସନ୍ ଓ ବିମାନବନ୍ଦରର ସିସିଟିଭି ଫୁଟେଜ୍କୁ ଯାଂଚ କରିଥିଲା । ଏହା ସହିତ ଷ୍ଟେସନ୍ ଓ ବିମାନବନ୍ଦର ନିକଟ ଥାନାକୁ ଯାଇ ଆଲୋଚନା କରିଥିଲା । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୋଲକାତାର ବିଭିନ୍ନ ସ୍ଥାନରେ ଛାନଭିନ କରିଲା ପରେ ବି ଖାଲି ହାତରେ ଫେରିଥିଲା । ଗତ ୯ ତାରିଖରୁ ନିଖୋଜ ହୋଇଥିବା ସୋହେଲର ଫୋନ ୧୦ ତାରିଖ ସକାଳୁ ବନ୍ଦ ରହିଥିବାରୁ ଏହି ଘଟଣା ସନ୍ଦେହ ଘେରକୁ ଆସିଯାଇଥିଲା । ସୁଚନାଯେଗ୍ୟ ଯେ, ଗତ ୯ ତାରିଖରେ ପଞ୍ଜାବର ଏକ ବିବାହ ଉତ୍ସବରେ ଯୋଗଦେବାକୁ କହି ହଷ୍ଟେଲ୍ରୁ ଯାଇଥିଲେ । ମାତ୍ର ସେ ହାୱାଡ଼ା ଷ୍ଟେସନ୍ରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ ।