କାଶ୍ମୀର : ରମଜାନ ପାଇଁ ବନ୍ଦ ରହିବ ଆତଙ୍କୀ ନିପାତ ଅପରେସନ

0
935
seizefire
seizefire
ନୂଆଦିଲ୍ଲୀ : ରମଜାନ ପାଇଁ ଆତଙ୍କୀ ନିପାତ ଅପରେସନ୍ ବନ୍ଦ ରହିବ ।  ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ସରକରଙ୍କ ଦାବିକୁ ଗ୍ରହଣ କରି ସିଜଫାୟାର୍ ଆଦେଶ ଜାରି କରିଛନ୍ତି । ଆତଙ୍କୀଙ୍କ ତରଫରୁ ଆକ୍ରମଣ ହେଲେ ସୁରକ୍ଷା କର୍ମୀ ମାନେ ତାହାର ଜବାବ ଦେବେ ।
 କାଶ୍ମୀରରେ ରମଜାନ ପାଇଁ ଆତଙ୍କବାଦୀଙ୍କ ବିରୋଧରେ କୌଣସି ଅପରେସନ କରାଯିବ ନାହିଁ । ଗୃହମନ୍ତ୍ରୀ ରାଜନାଥ ସିଂ ଏହି ଆଦେଶ ସମ୍ପର୍କରେ ମେହବୁବା ମୁଫତିଙ୍କୁ ଜଣାଇ ଦେଇଛନ୍ତି । କେନ୍ଦ୍ରର ଏହି ଆଦେଶ ମୁତାବକ ରମଜାନ ମାସରେ ଯବାନମାନେ ଜମ୍ମୁ କାଶ୍ମୀରରେ କୌଣସି ଆତଙ୍କୀ ନିପାତ ଅପରେସନ୍ କରିବେ ନାହିଁ । କିନ୍ତୁ ଆତଙ୍କବାଦୀ ଆକ୍ରମଣ ହେଲେ ସେନା ତାହାର ସମସ୍ତ କ୍ଷମତା ବ୍ୟବହାର କରିପାରିବ ।

ଏହା ସହ କେନ୍ଦ୍ର ସରକାର ସ୍ଥାନୀୟ ଲୋକଙ୍କୁ ସମସ୍ତ ସହଯୋଗ କରିବା ପାଇଁ ଅପିଲ୍ କରିଛନ୍ତି । ସମସ୍ତ ରାଜ୍ୟବାସୀ ଶାନ୍ତିପୂର୍ଣ୍ଣ ଭାବେ ରମଜାନ ପାଳନ କରିବାକୁ କହିଛନ୍ତି କେନ୍ଦ୍ର ସରକାର । ସୂଚନାଯୋଗ୍ୟ କି, କାଶ୍ମୀରରେ ବସିଥିବା ଏକ ସର୍ବଦଳୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଦାବି କରିଥିଲେ କି, ମେ ମାସରୁ ଆରମ୍ଭ କରି ଆଗଷ୍ଟ ମାସରେ ଅମରନାଥ ଯାତ୍ରା ଶେଷ ହେବା ପର୍ୟ୍ୟନ୍ତ ଅସ୍ତ୍ରବିରତି ଚାଲୁ ରଖିବା  ଦରକାର । ଏହା ସହ ଅସ୍ତ୍ରବିରତି ହେଲେ ଶ୍ରଦ୍ଧାଳୁମାନେ ଶାନ୍ତିରେ ଉତ୍ସବ ପାଳନ କରିପାରିବେ । ମୁଫତି ସମସ୍ତ ପକ୍ଷଙ୍କୁ ରକ୍ତପାତ ଏବଂ ହିଂସା ବନ୍ଦ ରଖିବାକୁ ନିବେଦନ କରିଥିଲେ । ସିଜଫାୟାରର ଆଦେଶ ପରେ ମେହବୁବା ମୁଫତି ଟ୍ୱିଟ୍ କରି ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି । ଏହାସହ ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।