କୀର୍ତ୍ତିଙ୍କ ଇଡ଼ି କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଦାବିକୁ ଏଡ଼ାଇଲେ ସୁର୍ପିମକୋର୍ଟ

0
1041
supreme-court
supreme-court

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଉପଶମ ମିଳିନାହିଁ । ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନକୁ ରବ୍ଦ କରିବା ପାଇଁ କୀର୍ତ୍ତି ଚିଦାମ୍ବରମଙ୍କ ଆବେଦନକୁ ଏଡ଼ାଇ ଯାଇଛନ୍ତି । କୀର୍ତ୍ତିଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଇଡ଼ି କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାର ଦାବି କରାଯାଇଥିଲା । ଏହି ମାମଲାର ଆଗାମୀ ଶୁଣାଣୀ ମାର୍ଚ୍ଚ ୮ରେ କରାଯିବା ଲାଗି ସ୍ଥିର ହୋଇଛି । ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡ଼ିଙ୍କୁ ନୋଟିସ ଜାରି କରି ଦୁଇ ଦିନ ଭିତରେ ଜବାବ ଦେବାକୁ କହିଛି । ଏପଟେ କୀର୍ତ୍ତିଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ଓକିଲ କପିଳ ସିବଲ ସୁପ୍ରିମକୋର୍ଟରେ ଉପସ୍ଥିତ ରହି ଆମେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।