କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବୃଦ୍ଧି କଲେ ରାଜ୍ୟ ସରକାର

0
1023
naveen
naveen
ଭୁବନେଶ୍ୱର :କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ଆଉ ୩ ମାସ ସରକାର ବୃଦ୍ଧି କରିଛନ୍ତି। ନିର୍ଦ୍ଧାରିତ ସମୟାନୁ ମଧ୍ୟରେ ତଦନ୍ତ କାର୍ଯ୍ୟ ଶେଷ କରିପାରିନାହାନ୍ତି। ତେଣୁ ସରକାର ଏହି ମାମଲାରେ କମିଶନଙ୍କ କାର୍ଯ୍ୟକାଳ ଆହୁରି ତିନି ମାସ ବୃଦ୍ଧି କରିଛନ୍ତି ।

 ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ ଧାର୍ଯ୍ୟ ହୋଇଥିଲା ବେଳେ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ସରକାର ବୃଦ୍ଧି କରିଛନ୍ତି।  ପ୍ରକାଶ ଯେ, କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାର କମିଶନ ତଦନ୍ତ କରିବା ନେଇ ଡିସେମ୍ବର ୨୬ ତାରିଖରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୋରାପୁଟ ଜିଲ୍ଲା ଜଜ୍ ଏହି ଘଟଣାର ତଦନ୍ତ କରିବାକୁ ନିଯୁକ୍ତ ହୋଇଛନ୍ତି। କମିଶନଙ୍କ ମୁଖ୍ୟ ଅଫିସ ଜୟପୁରରେ ରହିଛି। ଘଟଣା କେମିତି ଘଟିଲା, ଘଟଣାରେ ଅଭିଯୁକ୍ତ କିଏ ଏବଂ ପାରିପାଶ୍ୱିକ ଘଟଣାବଳୀ ଏହି ତିନୋଟି ଦିଗ ଉପରେ କମିଶନ ତଦନ୍ତ କରୁଛନ୍ତି।  ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ରେଡ ପ୍ଲାଗ୍ ମାମଲା ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ଏହାକୁ ଅଧିକ ଜନଅସନ୍ତୋଷ  ବ୍ୟାପୁଥିବାରୁ ସରକାର କମିଶନ ତଦନ୍ତ ନିର୍ଦେଶ ଦେଇଥିଲେ ।