ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଆଜି ଗୃହ ସଚିବ ଅସିତ ତ୍ରିପାଠୀ , ପୋଲିସ ଡିଜି ଆର.ପି. ଶର୍ମା, କୋରାପୁଟ ଜିଲ୍ଲାପାଳ, ଏସପି, କ୍ରାଇମବ୍ରାଞ୍ଚ ଏସପି, କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବ୍ରୋଥାଙ୍କ ସମେତ ନୋଟିସ ହୋଇଥିବା ସମସ୍ତ ଅଧିକାରୀ ଜାତୀୟ ଏସସି କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ।
ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏହା ବର୍ତମାନ ଘୋର ଅନ୍ଧକାରରେ ରହିଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ସଫଳ ହୋଇ ପାରିନାହିଁ। ଆଜି ଏହି ଘଟଣାର ପ୍ରାଥମିକ ଶୁଣାଣି ଜାତୀୟ ଏସସି କମିଶନରେ ଆରମ୍ଭ ହୋଇଯାଇଛି। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସର ବିଫଳତା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ ସମସ୍ତ ଅଧିକାରୀ ।