କୃଷକଙ୍କ ସମସ୍ୟା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

0
873
dharmendra-pradhan
dharmendra-pradhan
ଭୁବନେଶ୍ୱର : କୃଷକଙ୍କ ସମସ୍ୟା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ  ଚିଠି ଲେଖିଛନ୍ତି  କେନ୍ଦ୍ର ପେଟ୍ରୋଲିୟମ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରିସ୍ଥିତିର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଧାନ ା
କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କୁ ଚିଠି ଲେଖି କୃଷକଙ୍କ ଦୁର୍ଦଶା ସମ୍ପର୍କରେ ଜଣାଇଛନ୍ତି ଶ୍ରୀ ପ୍ରଧାନ ।  ରାଜ୍ୟରେ ଚାଷୀ ମାନେ ଭୋଗୁଥିବା ନାନା ସମସ୍ୟା ତଥା ଅସୁବିଧା ନେଇ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ଅଦିନିଆ ବର୍ଷା ଏବଂ କାଳ ବୈଶାଖୀରେ କ୍ଷୟକ୍ଷତି ନେଇ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ରଜ୍ୟର ଚାଷୀ ଭାଇମାନେ ଋଣ ଭାରରେ ବୁଡି ରହୁଛନ୍ତି । ଯାହାଫଳରେ ଚରମ ପଦକ୍ଷେପ ସ୍ୱରୁପ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଚିଠିରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ରାଧାମୋହନ ନିଜେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଧାନ ା