କୃଷ୍ଣସାର ମୃଗ ଶିକାର ମାମଲା : ସଲମାନଙ୍କୁ ୫ ବର୍ଷ ଜେଲ

0
990
salman
salman
ଯୋଧପୁର : ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ  ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ।  କୋର୍ଟ ଅଭିନେତା ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି  କାରାଦଣ୍ଡଦେଶ ଶୁଣାଇଛନ୍ତି ।
ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟ ଅଭିନେତା ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷର କାରାଦଣ୍ଡଦେଶ ଶୁଣାଇଛନ୍ତି । ଏଥି ସହ ଅନ୍ୟ ସମସ୍ତ ଅଭିଯୁକ୍ତ ଯଥା ସୈଫ ଅଲି ଖାନ, ଅଭିନେତ୍ରୀ ନିଲମ, ତବୁ ଏବଂ ଦୁଷ୍ମନ୍ତ ସିଂଙ୍କୁ ଦୋଷମୁକ୍ତ କରାଯାଇଛି । ମାର୍ଚ୍ଚ ୨୮ ରେ ଏହି ମାମଲାରେ ସିଜିଏମ ଦେବକୁମାର ଖତ୍ରୀଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିଲା । ପରେ ଜଜ୍ ତାଙ୍କ ଫୈସଲାକୁ ସୁରକ୍ଷିତ ରଖିଥିଲେ ।  ବନ ଅଧିକାରୀ ଲଳିତ ବୋରା ଏହି ଘଟଣାରେ  ଯୋଧପୁରସ୍ଥିତ ଲୁଣି ଥାନାରେ ଅକ୍ଟୋବର ୧୫,୧୯୯୮ ରେ ଏଫଆଇଆର ଦାଖଲ କରିଥିଲେ । ଥାନାରେ ଦାଖଲ ହୋଇଥିବା ଏଫଆଇଆର ମୁତାବକ ସଲମାନ ଖାନ ଅକ୍ଟୋବର ୨ ତାରିଖ ରାତିରେ କାଂକଣୀ ଗାଁରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବାନେଇ ଅଭିଯୋଗ ହୋଇଥିଲା ।

ଅଭିଯୋଗକାରୀଙ୍କ ପକ୍ଷରୁ ୫୧ ଜଣ ସାକ୍ଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ୨୮ ଜଣ ସାକ୍ଷୀ ଦେଇଥିଲେ । ସଲମାନଙ୍କ ପକ୍ଷରୁ ମଧ୍ୟ କୋର୍ଟରେ ଅନେକ ଦସ୍ତାବିଜ ଦାଖଲ କରାଯାଇଥିଲା । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ କୁହା ଯାଇଥିଲା ଯାହାର ଅନ୍ତିମ ତାରିଖ ମାର୍ଚ୍ଚ ୨୮ ରେ ସମାପ୍ତ ହୋଇଥିଲା ।  ସିଜିଏମ ଗ୍ରାମୀଣ ଦେବକୁମାର ଖତ୍ରୀଙ୍କ ଅଦାଲତ ମାମଲାର ଫୈସଲା ଶୁଣାଣି କରିବା ସହ ସମସ୍ତ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିବା  ପାଇଁ ଆଜି ଦିନ ଧାର୍ୟ୍ୟ କରିଥିଲେ । ଏହି ମାମଲାରେ ସରକାରଙ୍କ ତରଫରୁ ପକ୍ଷ ରଖିଥିବା  ଆଇନଜୀବି ଭବାନୀସିଂ ଭାଟି କୋର୍ଟରେ ଆଇନ ସମ୍ବନ୍ଧୀୟ ଦସ୍ତାବିଜ ଦାଖଲ କରିଥିଲେ ।