କେନାଲରେ ଭାସୁଛି ଦୁଇ ନବଜାତ ଶିଶୁଙ୍କ ଶବ

0
788
ସମ୍ବଲପୁର: ଗତକାଲି ବରଗଡ଼ରେ ଏକ ବୁଦାମୂଳରୁ ନବଜାତ ଶିଶୁ ଉଦ୍ଧାର ହେବା ପରେ ଆଜି ସମ୍ବଲପୁରେ ମଧ୍ୟ ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଚିପଲିମାରେ ଦୁଇଟି ମୃତ ନବଜାତ ଶିଶୁ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ଚିପିଲିମା ଫାଣ୍ଡି ପୋଲିସ ଦୁଇଟି ଶିଶୁର ମୃତ ଦେହକୁ ଜବତ କରିଛି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚିପଲିମା ପାୱାର କେନାଲରେ ଦୁଇଟି ଶିଶୁଙ୍କ ମୃତ ଦେହ ଭାସୁଥିବାରୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏ ନେଇ ଚିପଲିମା ଫାଣ୍ଡି ପୋଲିସକୁ ଜଣାଇଥିଲେ । ପୋଲିସ କେନାଲରୁ ଦୁଇଟି ମୃତ ଦେହକୁ ଉଦ୍ଧାର କରିଛି । ଶବ କେମିତି ଭାସିକି ଆସିଲା କେନାଲରେ ସେ ନେଇ କିଛି ଜଣାପଡ଼ି ନାହିଁ । ନିକଟରେ ବୁର୍ଲା ମେଡ଼ିକାଲ ଥିବାରୁ କେହି ଶିଶୁଙ୍କୁ ଫୋପାଡ଼ି ଚାଲିଯାଇଥିବା ପୋଲିସ ସନ୍ଦେହ କରିଛି । ତେବେ ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପିପିଲିପାଲି ବରଡୋଲ କେନାଲର ଲଟାବୁଦା ନିକଟରୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ଶିଶୁଟିକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲା ।