କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରୁ ହଟିଲେ ସ୍ମୃତି

0
964
smruti irani
smruti irani

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ କରାଯାଇଛି । ସ୍ମୃତି ଇରାନୀଙ୍କ ଠାରୁ ସୂଚନା ଓ ପ୍ରସାରଣ ବିଭାଗ ଅପସାରଣ କରିନିଆଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟେଲଙ୍କୁ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଅରୁଣ ଜେଟଲୀ ସୁସ୍ଥ ହେବା ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ ପୀୟୂଷ।
ଆସନ୍ତାକାଲି କର୍ଣ୍ଣାଟକ ବିଧାନ ସଭା ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ତା ପୂର୍ବରୁ ଏହି ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟେଲଙ୍କୁ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।
ସେହିପରି ସ୍ମୃତି ଇରାନୀଙ୍କ ଠାରୁ ସୂଚନା ଓ ପ୍ରସାରଣ ବିଭାଗ ଅପସାରଣ କରିନିଆଯାଇଛି। ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ସୂଚନା ପ୍ରସାରଣ ବିଭାଗ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଉକ୍ତ ବିଭାଗରେ ରାଷ୍ଟ୍ର (ଡେପୁଟି)ମନ୍ତ୍ରୀ ଥିଲେ। ସ୍ମୃତି ଇରାନୀ କେବଳ ବୟନ ଶିଳ୍ପ ମନ୍ତ୍ରାଳୟ ସମ୍ଭାଳିବେ। ମୋଦି ସରକାରଙ୍କ କାର୍ଯ୍ୟକାଳ ପୂରଣ ପାଇଁ ଆଉ ଗୋଟିଏ ବର୍ଷ ବାକି ରହିଛି। ତା’ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନିଷ୍ପତି ନିର୍ବାଚନ ଲାଗି ଖୁବ୍‌ ଗରୁତ୍ୱପୂର୍ଣ୍ଣ ବହନ କରୁଛି। ଆଗାମୀ ନିର୍ବାଚନ ପ୍ରସ୍ତୁତି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ମୋଦିଙ୍କ ଇଏ ଆଉ ଏକ ରଣନୀତି କୁହାଯାଉଛି।