କୈଳାସ ମାନସରୋବର ଯାତ୍ରା : ଖୋଲିଲା ନାଥୁଲା ମାର୍ଗ

0
952
nathula pass
nathula pass

ନୂଆଦିଲ୍ଲୀ :  କୈଳାସ ମାନସରୋବରକୁ ଯାତ୍ରା ପାଇଁ ନାଥୁଲା ମାର୍ଗକୁ ଖୋଲି ଦେଇଛି ଚୀନ। ଦୁଇଟି ମାର୍ଗ ନାଥୁଲା ଦର୍ରା(ସିକ୍କିମ) ଓ ଲିପୁଲେଖ ଦେଇ ଚଳିତ ବର୍ଷ ପ୍ରାୟ ୧୫୮୦ ଶ୍ରଦ୍ଧାଳୁ  ଯାତ୍ରା କରିବେ।

ଡୋକଲାମ ବିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ ଗସ୍ତ ପଡୋଶୀ  ଚୀନ ମଧ୍ୟରେ ସଂପର୍କର ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସଂପର୍କରେ ମଧୁରତା ଆସୁଥିବା ନଜର ମଧ୍ୟ ଆସୁଛି। ପ୍ରଥମେ ବ୍ରହ୍ମପୁତ୍ର ନଦୀ ଜଳ ପ୍ରବାହର ତଥ୍ୟ ଆଦାନ ପ୍ରଦାନ ପାଇଁ ସହମତି ହେବା ପରେ ଏବେ ଚୀନ କୈଳାସ ମାନସରୋବରକୁ ଯାତ୍ରା ପାଇଁ ନାଥୁଲା ମାର୍ଗକୁ ଖୋଲି ଦେଇଛି।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଆଜି କହିଛନ୍ତି ଯେ ଚଳିତ ବର୍ଷ ପ୍ରାୟ ୧୫୮୦ ଶ୍ରଦ୍ଧାଳୁ କୈଳାସ ମାନସରୋବର ଯାତ୍ରା କରିବେ। ଦୁଇଟି ମାର୍ଗ ନାଥୁଲା ଦର୍ରା(ସିକ୍କିମ) ଓ ଲିପୁଲେଖ ଦେଇ ଶ୍ରଦ୍ଧାଳୁ ଯାତ୍ରା କରିବେ। ସୁଷମା କହିଛନ୍ତି ୫୦-୫୦ ଶ୍ରଦ୍ଧାଳୁଙ୍କ ୧୦ଟି ଦଳ ନାଥୁଲା ମାର୍ଗ ଓ ୬୦-୬୦ ଶ୍ରଦ୍ଧାଳୁଙ୍କ ୧୮ଟି ଦଳ ଲିପୁଲେଖ ମାର୍ଗ ଦେଇ ନିଜର ଯାତ୍ରା ପୁରା କରିବେ। ଏହି ସମ୍ବନ୍ଧରେ ଚୀନ ସହିତ ଆଲୋଚନା ହୋଇଥିବା ସୁଷମା କହିଛନ୍ତି।

ସୁଷମା କହିଛନ୍ତି ଏହା ଘୋଷଣା କରି ମୁଁ ପ୍ରସନ୍ନ ଯେ ଚୀନ ନାଥୁଲା ମାର୍ଗକୁ ପୁଣି ଥରେ ଖୋଲି ଦେଇଛି। ଦୁଇ ଦେଶର ସଂପର୍କ କେବେ ମଧ୍ୟ ସୁଧୁରି ପାରିବ ନାହିଁ ଯେ ପର୍ୟ୍ୟନ୍ତ ଲୋକଙ୍କ ମଧ୍ୟରେ ଥିବା ସଂପର୍କରେ ସୁଧାର ନଆସିଛି।  ସୁଷମା କହିଛନ୍ତି କୈଳାସ ମାନସରୋବର ଯାତ୍ରୀଙ୍କ ପାଇଁ ଚଳିତ ବର୍ଷ ହେଲ୍ପଲାଇନ ନମ୍ବର ଆରମ୍ଭ କରାଯାଇଛି।  ଯଦ୍ଵାର ମାର୍ଗରେ କୌଣସି ଅସୁବିଧା ହେଲେ ଯାତ୍ରୀ ସିଧାସଳଖ ଆମକୁ ସୂଚନା ଦେଇ ପାରିବେ ଏବଂ ସେମାନଙ୍କର ସହାୟତା ପାଇଁ ତତ୍କାଳ ପଦକ୍ଷେପ ନିଆଯିବ। ସେ ଏହା ମଧ୍ୟ କହିଛନ୍ତି ଯେବେ ସରକାର ପୁରା ଦୁନିଆର କୌଣସି କୋଣରେ ମଧ୍ୟ ଫଶି ରହୁଥିବା ଭାରତୀୟଙ୍କୁ ସାହାଯ୍ୟ କରି ପାରୁଛି ତେବେ ବିପଦରେ ପଡ଼ୁଥିବା କୈଳାସ ମାନସରୋବର ଯାତ୍ରୀଙ୍କୁ କଣ ପାଇଁ ସାହାଯ୍ୟ କରାଯାଇ ପାରିବ ନାହିଁ।  ଏହା ବ୍ୟତୀତ ପ୍ରତ୍ୟେକ ଦଳ ସହିତ ଦୁଇ ଜଣ ଅଧିକାରୀଙ୍କୁ ପଠାଯିବାର ନିଷ୍ପତ୍ତି ନିଆଯାଇଛି। ଏହି ଅଧିକାରୀ ଜରୁରୀକାଳୀନ ସ୍ଥିତିରେ ଅଟକି ଯାଉଥିବା ଲୋକଙ୍କ ସାହାଯ୍ୟ କରିବେ। ଏହି ଅଧିକାରୀଙ୍କ ମଧ୍ୟରେ ଜଣେ ଅନୁଭରୀ ରହିବେ ଏବଂ ଆଉ ଜଣେ ନୂତନ ଅଧିକାରୀ ରହିବେ। ଉଲ୍ଲେଖଯୋଗ୍ୟ ଗତ ବର୍ଷ ଡୋକଲାମ ବିବାଦ କାରଣରୁ ଶ୍ରଦ୍ଧାଳୁଙ୍କ ପାଇଁ ନାଥୁଲା ମାର୍ଗକୁ ବନ୍ଦ କରି ଦିଆଯାଇଥିଲା।