କୋଇଲା ଅଭାବ ନାହିଁ : କୋଲ୍ ଇଣ୍ଡିଆ ଅଧ୍ୟକ୍ଷ

0
837
anil jha, coal india
anil jha, coal india
ଭୁବନେଶ୍ୱର : କୋଇଲାର ଅଭାବ ନାହିଁ । ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଇଲା ମହଜୁତ ରଖାଯାଉଛି । ତେଣୁ କୋଇଲା ଅଭାବ ପାଇଁ କୌଣସି ବିଦ୍ୟୁତ ପ୍ଲାଂଟ ବନ୍ଦ ହେବନି ବୋଲି କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ଅନୀଲ୍ କୁମାର ଝା ପ୍ରକାଶ କରିଛନ୍ତି ।

ବିଦ୍ୟୁତ୍ ପ୍ଲାଂଟ ଗୁଡିକୁ କୋଇଲା ଯୋଗାଣ କରିବାରେ କୌଣସି ଅସୁବିଧା ନାହିଁ । ସେମାନଙ୍କ ପାଇଁ ଆଗାମୀ ୧୦ ଦିନ ଲାଗି ଆବଶ୍ୟକ କୋଇଲା ଗଚ୍ଛିତ ରଖାଯାଉଛି । ଏହାକୁ ୨୨ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । କୋଇଲା ଅଭାବ ପାଇଁ ପ୍ଲାଂଟ ଗୁଡିକ ବନ୍ଦ ହେବ ନାହିଁ । ବିଦ୍ୟୁତ୍ ପ୍ଲାଂଟ ପାଇଁ କୋଇଲାର ଅଭାବ ନାହିଁ ବୋଲି କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ଅନୀଲ୍ କୁମାର ଝା ପ୍ରକାଶ କରିଛନ୍ତି ।