କୋଟିଆରେ ଆରମ୍ଭ ହେଲା ହାଟ ଓ କୃଷକ ସଂପର୍କ ମେଳା

0
905
kotia
kotia
କୋରାପୁଟ :  କୋଟିଆବାସୀଙ୍କ ପାଖରେ ପହଂଚିଛି ଓଡ଼ିଶା ପ୍ରଶାସନ । ପ୍ରଶାସନର ସହଯୋଗରେ କୋଟିଆରେ ଖୋଲିଛି ସାପ୍ତାହିକ ହାଟ ଓ କୃଷକ ସଂପର୍କ ମେଳା । କୋଟିଆ ପଂଚାୟତର ୨୧ଟି ଗ୍ରାମର ଲୋକେ ହାଟକୁ ଆସି କିଣାବିକା କରିଛନ୍ତି ।   କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଂଚାୟତରେ ଆନ୍ଧ୍ରର ଅନୁପ୍ରବେଶ ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା । କୋଟିଆର ସର୍ବାଙ୍ଗୀନ ବିକାଶ କରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତ କରିଥିଲା ପ୍ରଶାସନ । ପାନୀୟ ଜଳ, ରାସ୍ତାଘାଟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଥିଲା । ଏଠାରେ ଗୋଟିଏ ସାପ୍ତାହିକ ହାଟ ଖୋଲିବା ପାଇଁ ଦାବି କରିଥିଲେ କୋଟିଆବାସୀ । କୋଟିଆରୁ କୁନ୍ଦୁଲି ହାଟ ବେଶୀ ଦୂର ହେଉଥିବାରୁ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଅସୁବିଧା ଭୋଗୁଥିବା କହିଥିଲେ । ପ୍ରଶାସନ କୋଟିଆରେ ହାଟ ପାଇଁ ନିଷ୍ପତ୍ତି ନେଇଥିଲା । ଗତକାଲି ବୁଧବାର ବିଧିବଦ୍ଧ ଭାବେ ହାଟର ଉଦଘାଟନ ହୋଇଯାଇଛି । ବିଧାୟକ ପ୍ରଫୁଲ ପାଙ୍ଗି ଏହାକୁ ଲୋକାର୍ପଣ କରିଛନ୍ତି । ପ୍ରତି ବୁଧବାର ଏହି ହାଟ କୋଟିଆ ପଂଚାୟତ ପ୍ରାଙ୍ଗଣରେ ବସିବା ଧାର୍ଯ୍ୟ ହୋଇଛି । ହାଟ ସହିତ ପ୍ରତି ସପ୍ତାହରେ କୃଷକ ସମ୍ପର୍କ ମେଳାର ବି ଆୟୋଜନ କରାଯାଉଛି । କୋଟିଆ ପଂଚାୟତର ୨୧ଟି ଗ୍ରାମର ଲୋକେ ହାଟକୁ ଆସି କିଣାବିକା କରିଛନ୍ତି । ଘରକରଣା, ଆସବାବ ପତ୍ର, ଖାଦ୍ୟ, ପନିପରିବା, ଲୁଗାପଟା, ମାଛ ଶୁଖୁଆ ଆଦି ହାଟରେ ବିକ୍ରୀ ହେଉଥିବା ଦେଖିବାକୁ ମିଳିଥିଲା ।