କୋଣାର୍କରେ ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା କେନ୍ଦ୍ର

0
1084
konark sun temple
konark sun temple
ଭୁବନେଶ୍ୱର  : କୋଣାର୍କରେ ଲୋକାର୍ପିତ ହେବାକୁ ଯାଉଛି ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା । ପାର୍କିଂ ବ୍ୟବସ୍ଥା ସହିତ ଶୌଚାଳୟ ଗୃହ, ପ୍ରତୀକ୍ଷା ଗୃହ, ପାନୀୟ ଜଳ ସୁବିଧା, ବର୍ଷା ଆଶ୍ରୟ ସ୍ଥଳ, ସୁସଜ୍ଜିତ ଉଦ୍ୟାନ, ଜଳର ଫୁଆରା, ପର୍ଯ୍ୟାପ୍ତ ଆଲୋକୀକରଣ ଏବଂ ଅତ୍ୟାଧୁନିକ ହାଇମାଷ୍ଟ ଲାଇଟ ଆଦି ସ୍ଥାପନା କରାଯାଇଛି । ଏପ୍ରିଲ ପହିଲାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିବେ । ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ ଏହାକୁ ବିକଶିତ କରାଇଛନ୍ତି ।

 ୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସୁବିଧା ସ୍ଥଳରେ କାର, ତିନି ଚକିଆ ଯାନ ଓ ଦୁଇ ଚକିଆ ଯାନର ପାର୍କିଂ ବ୍ୟବସ୍ଥା ସହିତ ଶୌଚାଳୟ ଗୃହ, ପ୍ରତୀକ୍ଷା ଗୃହ, ପାନୀୟ ଜଳ ସୁବିଧା, ବର୍ଷା ଆଶ୍ରୟ ସ୍ଥଳ, ସୁସଜ୍ଜିତ ଉଦ୍ୟାନ, ଜଳର ଫୁଆରା, ପର୍ଯ୍ୟାପ୍ତ ଆଲୋକୀକରଣ ଏବଂ ଅତ୍ୟାଧୁନିକ ହାଇମାଷ୍ଟ ଲାଇଟ ଆଦି ସ୍ଥାପନା କରାଯାଇଛି । ୫ ଏକର ପରିମିତ ସ୍ଥାନରେ ପାର୍କିଂର ସୁବନ୍ଦୋବସ୍ଥ କରାଯାଇଛି । ପାର୍କିଂ ସ୍ଥଳରେ ୬୦ଟି ବସ୍ ରହିପାରିବ । ଆଧୁନିକ ଶୌଚାଳୟ, ବିଶ୍ରାମାଗାର, ସ୍ନାକ୍ସ କାଉଣ୍ଟର ସମେତ ଯାତ୍ରୀମାନଙ୍କ ନିମିତ୍ତ ଏକ ଅଡ଼ିଟୋରିୟମ ନିର୍ମାଣ କରାଯାଇଛି ବୋଲି ବୁଧବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁବ୍ରତ ବର୍ମା ଓ ଓଡ଼ିଶା ସିଜିଏମ୍ ପ୍ରିତିଶ ଭରତ ସୂଚନା ଦେଇଛନ୍ତି ।