କୋରାପୁଟରେ ପ୍ରତିଷ୍ଠା ହେବ ମ୍ୟାଲେରିଆ ଗବେଷଣା କେନ୍ଦ୍ର

0
956
pratap jenq
pratap jenq

ଭୁୁବନେଶ୍ୱର : କୋରାପୁଟ ଠାରେ ମ୍ୟାଲେରିଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।   ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ମ୍ୟାଲେରିଆର ସ୍ଥିତିରେ ପରିବର୍ତ୍ତନ ଆସିଛି । ଦକ୍ଷିଣ ଓଡ଼ିଶାରେ ମ୍ୟାଲେରିଆର ଭୟାବହତାକୁ ନଜରରେ ରଖି କୋରାପୁଟ ଠାରେ ମ୍ୟାଲେରିଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଜେନା କହିଛନ୍ତି, ୨୦୧୨ରେ ରାଜ୍ୟରେ ମ୍ୟାଲେରିଆରେ ୭୯ଜଣ ପ୍ରାଣ ହରାଇଥିଲେ । ସେହିପରି ୨୦୧୩ରେ ୬୭ଜଣ, ୨୦୧୪ରେ ୮୯ ଜଣ, ୨୦୧୫ରେ ୮୦ଜଣ, ୨୦୧୬ରେ ୭୭ଜଣ ପ୍ରାଣ ହରାଇଥିବା ବେଳେ ୨୦୧୭ରେ ମାତ୍ର ୨୪ଜଣ ଲୋକ ଜୀବନ ହରାଇଛନ୍ତି ।

ଶ୍ରୀ ଜେନା କହିଛନ୍ତି, ମ୍ୟାଲେରିଆର ତୁରନ୍ତ ଚିହ୍ନଟ ଓ ଚିକିତ୍ସା ପାଇଁ ୪୭ ହଜାର ଆଶା ଓ ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ରାଜ୍ୟର ୬୬୮୮ଟି ଉପକେନ୍ଦ୍ର, ୧୧୬୮ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୩୭୭ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୨୯ଟି ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ତୁରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ମାଗଣାରେ ଉପଲବ୍ଧ ହୋଇଛି ।