ଗୋୟାଙ୍ଗ : ଉତ୍ତର କୋରିଆର କୌଣସି ଶାସକ ଦକ୍ଷିଣ କୋରିଆ ନେତାଙ୍କ ମଧ୍ୟରେ ଐତିହାସିକ ଶିଖର ବୈଠକ ପରେ ବିଭାଜିତ ପ୍ରାୟଦ୍ୱୀପରେ ସ୍ଥାୟୀ ଶାନ୍ତି ଓ ପୂର୍ଣ୍ଣ ନିରସ୍ତ୍ରୀକରଣ ଦଗରେ ଆଗକୁ ବଢ଼ିବାର ଆଶା କରାଯାଉଛି। ଯୁଦ୍ଧରୁ ବିଶ୍ରାମ ନେଇ ଉଭୟ ଦେଶର ନେତା ପରମାଣୁ ନେଇ ଆଲୋଚନା ମଧ୍ୟ କରିଛନ୍ତି।
ଦୀର୍ଘ ୬୫ ବର୍ଷ ପରେ ଉତ୍ତର କୋରିଆର କୌଣସି ଶାସକ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି ଓ କିମ୍ ଜଙ୍ଗ୍ ଉନ୍ ଏମିତି କରିବାରେ ପ୍ରଥମ ଶାସକ ହୋଇ ପାରିଛନ୍ତି। ଏହି ଘଟଣା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଉଭୟ ଦେଶର ନେତାଙ୍କ ମଧ୍ୟରେ ଐତିହାସିକ ଶିଖର ବୈଠକ ପରେ ବିଭାଜିତ ପ୍ରାୟଦ୍ୱୀପରେ ସ୍ଥାୟୀ ଶାନ୍ତି ଓ ପୂର୍ଣ୍ଣ ନିରସ୍ତ୍ରୀକରଣ ଦଗରେ ଆଗକୁ ବଢ଼ିବାର ଆଶା କରାଯାଉଛି। ଯୁଦ୍ଧରୁ ବିଶ୍ରାମ ନେଇ ଉଭୟ ଦେଶର ନେତା ପରମାଣୁ ନେଇ ଆଲୋଚନା ମଧ୍ୟ କରିଛନ୍ତି। ଉଭୟ ଦେଶକୁ ବିଭାଜନ କରୁଥିବା ସୈନ୍ୟ ବିଭାଜନ ରେଖା ଉପରେ ପ୍ରତୀକାତ୍ମକ ରୂପରେ ହାତ ମିଶାଇବା ସହିତ ପୂର୍ଣ୍ଣ ନିରସ୍ତ୍ରୀକରଣ, ପରମାଣୁ ମୁକ୍ତ କୋରିଆ ନେଇ ଘୋଷଣା ପତ୍ର ଜାରି ହୋଇଛି। ହସ୍ତାକ୍ଷର ସମୟରେ ଜଣେ ଅନ୍ୟଜଣଙ୍କର ବାହୁ ସହିତ ଆବଦ୍ଧ ଥିଲେ। ବିଭିନ୍ନ ଦେଶର ଗଣମାଧ୍ୟମ ଆଗରେ ଉଭୟ ଦେଶର ନେତାମାନେ ଶିଖର ବାର୍ତ୍ତା ହସି ହସି ନିଜର ବନ୍ଧୁତ୍ୱ ଆଗକୁ ବଢ଼ାଇ ନେବା ପାଇଁ ପ୍ରଦର୍ଶନ କରିଥିଲେ। ଉତ୍ତର କୋରିଆ ନେତା କିମ ଜଙ୍ଗ ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେଇ ଇନ ଯୁଦ୍ଧ ନେଇ କୋରିଆ ସ୍ଥାୟୀ ସମାଧାନର ରୂପ ନେବ।