କୋର୍ଟ୍ ପରିସରରୁ କଏଦୀ ଚମ୍ପଟ

0
709
prisoner slipped
prisoner slipped
ଅନୁଗୁଳ : ପୋଲିସକୁ ଚକମା ଦେଇ  କଏଦୀ ଫେରାର । ଫେରାର ହୋଇଥିବା କଏଦୀ ଜଣକ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଝସକେତନ ହୋଇଥିବା ଜଣାପଡିଛି । କଏଦୀକୁ ପୁନର୍ବାର ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ଆଜି ଅନୁଗୁଳରେ ଜଣେ ବିଚାରାଧିନ କଏଦୀ କୋର୍ଟ ପରିସରରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ଶୁଣାଣି ପାଇଁ କୋର୍ଟକୁ ଆସୁଥିବାବେଳେ କଏଦୀ ଜଣଙ୍କ ପୋଲିସକୁ ଚକମା ଦେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ଝସକେତନ ନିଜ ମାଉସୀ, ପୁତୁରା ଓ ୨ ଜଣ ଭାଇଙ୍କୁ ହତ୍ୟା କରି ମାଟି ତଳେ ପୋତି ପକାଇଥିବା ଅଭିଯୋଗରେ ଗିରଫ ହୋଇଥିଲା । ଟଙ୍କା କାରବାରକୁ ନେଇ ପରିବାରର ଚାରିଜଣଙ୍କୁ ହତ୍ୟା କରି ମାଟି ତଳେ ପୋତି ପକାଇଥିଲା ଝସକେତନ ।

ଆଜି କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ଶୌଚାଳୟ ଯିବା ବାହାନାରେ ଶୌଚାଳୟର ଆଜବେଷ୍ଟସ ଭାଂଗି ପୋଲିସ ନଜରକୁ ଧୋକ୍କା ଦେଇ ଫେରାର ହୋଇ ଯାଇଛି ଝସକେତନ । ଏପରିକି ଫେରାର୍ ସମୟରେ ସେ ଏକ ମୋବାଇଲ୍ ନେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।  ଏନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖାଦେଇଛି । ପୋଲିସର ଭୂମିକାକୁ ସନ୍ଦେହ କରିଛନ୍ତି ସ୍ଥାନୀୟ ଜନସାଧାରଣ । ସେପଟେ କଏଦୀକୁ ପୁନର୍ବାର ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।