କୋହଲିଙ୍କୁ ଟିମ୍‌ରେ ସାମିଲ କରିଥିବାରୁ ମୁଁ ମୁଖ୍ୟ ଚୟନକର୍ତ୍ତା ପଦ ହରାଇଥିଲି : ଭେଙ୍ଗସରକାର

0
1012

ଭୁବନେଶ୍ୱର: ବିରାଟ କୋହଲିଙ୍କୁ ଟିମ୍‌ରେ ସ୍ଥାନ ଦେଇଥିବାରୁ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଇଦିଆଯାଇଥିଲା । ଏଭଳି ବୟାନ ଦେଇଛନ୍ତି ନିଜେ ଦିଲୀପ ଭେଙ୍ଗସରକାର । ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ଦିଲୀପ ଭେଙ୍ଗସରକାର ୨୦୦୮ରେ ଦଳର ମୁଖ୍ୟ ଚୟନକର୍ତ୍ତା ଥିଲେ। ୨୦୦୮ରେ ମୁଖ୍ୟ ଚୟନକର୍ତ୍ତା ବିରାଟଙ୍କୁ ତାମିଲନାଡ଼ୁ ଖେଳାଳି ଏସ୍‌ ବଦ୍ରିନାଥଙ୍କ ସ୍ଥାନରେ ଟିମ୍‌ରେ ସୁଯୋଗ ଦେବାକୁ ଚାହୁଁଥିଲେ। ସେତେବେଳର ବିସିସିଆଇର କୋଷାଧ୍ୟକ୍ଷ ଏନ୍‌ ଶ୍ରୀନିବାସନ କିନ୍ତୁ  ବଦ୍ରିନାଥଙ୍କୁ ହିଁ ଟିମ୍‌ରେ ସ୍ଥାନ ଦେବାକୁ ଚାହୁଁଥିଲେ। ଏଭଳି ପରିସ୍ଥିତିରେ ମୁଖ୍ୟ ଚୟନକର୍ତ୍ତା ବିରାଟଙ୍କୁ ଟିମ୍‌ରେ ସ୍ଥାନ ଦେଇଥିବାରୁ ଏନ୍‌ ଶ୍ରୀନିବାସନ ରାଗି ଯାଇଥିଲେ। ଫଳରେ ମୁଖ୍ୟଚୟନକର୍ତ୍ତା ଥିବା ଦିଲୀପ ଭେଙ୍ଗସରକାରଙ୍କ କାର୍ଯ୍ୟକାଳକୁ କମାଇ ଦିଆଯାଇଥିଲା।