କ୍ଷମତା ପାଇଁ କଂଗ୍ରେସ ଖେଳୁଛି ବିପଦଜନକ ଖେଳ : ମୋଦି

0
854
pm modi
pm modi

ଚିକମଙ୍ଗଲୁର : ପାଣି ବାହାରେ ଥିବା ମାଛ ଯେପରି ଛଟପଟ ହୋଇଥାଏ, କ୍ଷମତା ବାହାରେ ଥିବା କଂଗ୍ରେସ ସେପରି ଛଟପଟ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅବସରରେ ବୁଧବାର ଚିକମଙ୍ଗଲୁର ଠାରେ ନିଜର ଦ୍ୱିତୀୟ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ କେବଳ କ୍ଷମତାରେ ରହିବା ପାଇଁ ଚାହୁଁଛି । ୧୯୭୮ରେ ଇନ୍ଦିରା ଗାନ୍ଧୀ କ୍ଷମତାକୁ ଆସିଲେ, ଆପଣମାନଙ୍କ ଭୋଟ ନେଲେ କିନ୍ତୁ ଏ ଅଂଚଳ ପ୍ରତି ଦୃଷ୍ଟି ଦେଲେନି । ସୋନିଆ ବେଲାରୀରେ ନିର୍ବାଚନ ଲଢିଲେ କିନ୍ତୁ ଏଠାରେ ଦେଇଥିବା ପ୍ରତିଶୃତି ଭୁଲିଗଲେ । ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ କରୁଥିବାବେଳେ କଂଗ୍ରେସ ସେନାକୁ ଗାଳି ଦିଏ । ପୋଲିସ ଓ ସେନା ଶତ୍ରୁ ପକ୍ଷକୁ ଆକ୍ରମଣ କଲାବେଳେ କଂଗ୍ରେସ ପ୍ରଶ୍ନ ଉଠାଏ । କଂଗ୍ରେସ ଅମଳରେ ରିଜର୍ଭ ବ୍ୟାଙ୍କ ସହିତ ମଧ୍ୟ ଖେଳ ହୋଇଥିଲା, କିନ୍ତୁ ଯେତେବେଳେ ଖେଳ ସରିଗଲା କଂଗ୍ରେସ ରିଜର୍ଭ ବ୍ୟାଙ୍କ ଉପରକୁ ବି ଆଙ୍ଗୁଳି ଉଠାଇଲା । କଂଗ୍ରେସ ଏବେ ଅଦାଲତ ଓ ବିଚାରପତିମାନଙ୍କୁ ଡରାଇବାକୁ ଲାଗିଛି । ନିର୍ବାଚନ ଗଣତନ୍ତ୍ରର ଉତ୍ସବ । ନିର୍ବାଚନ ଏକ ପବିତ୍ରତାର ପରିବେଶ ସୃଷ୍ଟି କରିବା କଥା । କୋଟି କୋଟି ଜନତାଙ୍କ ଭାଗ୍ୟ ଲେଖାଯାଉଥିବା ନିର୍ବାଚନରେ ଭୋଟର ନିଜ ମତ ଦେଇଥାଏ । ପାଣି ବାହାରେ ଥିବା ମାଛ ଯେପରି ଛଟପଟ ହୋଇଥାଏ, କ୍ଷମତା ବାହାରେ ଥିବା କଂଗ୍ରେସ ସେପରି ଛଟପଟ ହେଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ । ନକଲି ଭୋଟ ପରିଚୟ ପତ୍ର ତିଆରି କରି କଂଗ୍ରେସ ବିଜୟର ସ୍ୱପ୍ନ ଦେଖୁଛି ବୋଲି ସେ କଟାକ୍ଷ କରିଥିଲେ ।