କ୍ୟାବରେ ଗଣଦୁର୍ଷ୍କମ :୬ ଗିରଫ

0
880
girl raped in cab
girl raped in cab
ନୂଆଦିଲ୍ଳୀ :  କ୍ୟାବରେ ମହିଳାଙ୍କ ସହିତ  ଗଣ ଦୁର୍ଷ୍କମ  ଅଭିଯୋଗ  । ଯାତ୍ରା ସମୟରେ ରାସ୍ତାରେ ଡ୍ରାଇଭର ମହିଳାଙ୍କୁ ଜବରଦସ୍ତି ମଦ ପିଇବାକୁ ବାଧ୍ୟ କରିଥିଲେ । ମହିଳା ଜଣକ ମନା କରିବାରୁ ଡ୍ରାଇଭର ଜଣକ ନିଜ ସାଙ୍ଗମାନଙ୍କୁ ଡାକି ଗଣ ଦୁର୍ଷ୍କମ କରିଥିଲେ ।
ଗ୍ରେଟର ନୋଇଡାରେ କ୍ୟାବରେ ମହିଳାଙ୍କ ସହିତ ଗ୍ୟାଙ୍ଗରେପ ମାମଲା ସାମନକୁ ଆସିଛି । ନୋଏଡାରେ ଏକ କମ୍ପାନିରେ କାମ କରୁଥିବା ମହିଳାଙ୍କ ଅଭିଯୋଗ ଏହା ଯେ, ସେ ଘରକୁ ଫେରିବା ପାଇଁ ସେକ୍ଟର ୩୭ରୁ କ୍ୟାବ ବୁକ କରିଥିଲେ । କ୍ୟାବ ବୁକ୍ କରିଥିବା ମହିଳା କହିଛନ୍ତି କି ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଜବରଦସ୍ତି ମଦ ପିଆଇବାକୁ ଚେଷ୍ଟା କରିଥିଲେ ଓ ମଦ ନ ପିଇବାରୁ ଡ୍ରାଇଭର କ୍ୟାବ ଜାରଚା ପାଖ ଜଙ୍ଗଲକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିଲେ । ପୋଲିସ ଏହି ମାମଲାରେ ୬ ଲୋକଙ୍କୁ ପଚରଉଜରା ପାଇଁ ନେଇଛି । ପୋଲିସ ମହିଳାଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଯାଇଛି । ମହିଳାଙ୍କ କହିବା ଅନୁଯାୟୀ, ସେ ବହୁତ ଚେଷ୍ଟା କରି କୌଶଳ କ୍ରମେ ସେଠାରୁ ଖସି ଦୟାନଗର ଗ୍ରାମରେ ପହଂଚିଥିଲେ । ସେ ସେଠାରୁ ପାଟି କରିବାରୁ ଗାଁ ଲୋକ ଉଠିଥିଲେ । ସେଠାରୁ ମହିଳା ଜଣକ ପୋଲିସକୁ ଖବର ଦେଇଥିଲେ ।