ଖବରୀଙ୍କୁ ମାଡ଼ ମାରି 2 ଗିରଫ : ଖେଳନା ବନ୍ଧୁକ ଜବତ

0
956

ଭୁବନେଶ୍ୱର: ରାଜଧାନୀରୁ 2 ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ର ନୟାପଲ୍ଲୀ ଥାନା । ପୋଲିସ ଖବରୀ ଙ୍କୁ ମାଡ଼ ମାରିବା ଅଭିଯୋଗରେ ଏହି 2 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କଠାରୁ୨ଟି ବାଇକ୍‌ ଓ ଖେଳନା ବନ୍ଧୁକ ଜବତ କରାଯାଇଛି। ସେହି ଖବରୀ ମାନେ ହିଁ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଥିବା ଜଣାପଡିଛି। ଅଧିକ ପଚରା ଉଚରା ପରେ ସେମାନଙ୍କ ପୂର୍ବ ଅପରାଧ ସମ୍ପର୍କରେ ସୂଚନା ମିଳିପାରିବ ବୋଲି ନୟାପଲ୍ଲୀ ଥାନାଧିକାରୀ ସୂଚନା ଦେଇଛନ୍ତି।ପୁଲିସ ରିପୋର୍ଟ ଅନୁସାରେ, ନୟାପଲ୍ଲୀ ଥାନା ପୁଲିସ ଏହି ଗ୍ୟାଙ୍ଗର କେତେକଙ୍କୁ ଗିରଫ କରିଥିଲା । ତେବେ ସେମାନେ ବେଲରେ ଆସିବା ପରେ ଜଣେ ଯୁବକଙ୍କୁ ଟାର୍ଗେଟ କରିଥିଲେ । ସେହି ହିଁ ପୁଲିସକୁ ସୂଚନା ଦେଇଛି ଓ ତାକୁ ଇନଫର୍ମର ଭାବି ୫ଜଣ ଦୁର୍ବୃତ୍ତ ହୋଟେଲ ମେ’ଫେୟାର ପାଖରେ ମାଡ଼ ମାରିଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଥମେ ଜଣଙ୍କୁ ଗିରଫ କରିଥିଲା । ତାକୁ ପଚରାଉଚରା କରାଯିବା ପରେ ଅନ୍ୟ ଜଣକ ରସୁଲଗଡ଼ରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା । ଗୁରୁବାର ରାତିରେ ପୁଲିସ ରସୁଲଗଡ଼ରେ ଚଢ଼ାଉ କରିଥିଲେ ବି କୌଣସି କାରଣରୁ ସୂଚନା ପାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା । କିନ୍ତୁ ସେଠାରୁ ଅଭିଯୁକ୍ତର ଭାଇକୁ ଗିରଫ କରିଛି ପୁଲିସ । ସେ ବି ସମାନ ଘଟଣାରେ ଜଡିତ ବୋଲି ପୁଲିସ କହିଛି । ତା’ ପାଖରୁ ଅବିକଳ ଦେଖାଯାଉଥିବା ଏକ ଖେଳଣା ବନ୍ଧୁକ ଜବତ ହୋଇଛି ।

duplicate