ଖରାପ ପାଗ : ୨ଟି ବିମାନକୁ କୋଲକାତା ପଠାଗଲା

0
904
fligt
fligt

ଭୁବନେଶ୍ୱର :ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିନପାରିବାରୁ ଦୁଇଟି ବିମାନକୁ କୋଲକାତା ବିମାନବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପାଗ ଖରାପ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରୁ ଫେରିଗଲା ଦୁଇଟି ବିମାନ। ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିନପାରିବାରୁ ଦୁଇଟି ବିମାନକୁ କୋଲକାତା ବିମାନବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବାଙ୍ଗାଲୋର-ଭୁବନେଶ୍ୱର ଇଣ୍ଡିଗୋ ୩୧୨ ବିମାନ କୋଲକାତାରେ ଅବତରଣ କରିଛି। ସେହିପରି ହାଇଦ୍ରାବାଦ-ଭୁବନେଶ୍ୱର ଏୟାର ଏସିଆ ୧୫୬୪ ବିମାନ ମଧ୍ୟ କୋଲକାତା ବିମାନବନ୍ଦରରେ ଅବତରଣ କରିଛି। ଭୁବନେଶ୍ୱରରେ ପ୍ରବଳ ବର୍ଷାର ସହ ଝଡ଼ ଯୋଗୁଁ ଉଭୟ ବିମାନକୁ ଡାଇଭର୍ଟ କରାଯାଇଥିଲା।