ଖରିଫ ଫସଲ ବୀମା : ଜୁଲାଇ ୩୧ ପର୍ଯ୍ୟନ୍ତ ପଞ୍ଜୀକରଣ

0
999
paddy
paddy

ଭୁୁବନେଶ୍ୱର : ରାଜ୍ୟରେ ଖରିଫ ଋତୁ ପାଇଁ ଫସଲ ବୀମା ପଞ୍ଜୀକରଣ  ଜୁଲାଇ ୩୧ ପର୍ଯ୍ୟନ୍ତ ହେବ । ଖରିଫ ଋତୁ ପାଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିୟମ ଅନୁଯାୟୀ ରାଜ୍ୟରେ ଖରିଫ ଋତୁ ପାଇଁ ବୀମା ପ୍ରକ୍ରିୟା ଆରମ୍ଭ ହେବ । ପ୍ରାୟ ୨୫ ଲକ୍ଷ ଚାଷୀ ଏହି ବୀମା ଯୋଜନାରେ ସାମିଲ ହେବେ । ଏଥି ପାଇଁ ସେମାନେ ଆଗାମୀ ଜୁଲାଇ ୩୧ ପର୍ଯ୍ୟନ୍ତ ବୀମା ପଞ୍ଜୀକରଣ କରିପାରିବେ । ଯୋଜନାର ନିୟମ ଅନୁଯାୟୀ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ବିଭିନ୍ନ ଜିଲ୍ଲା ପାଇଁ ୪ଟି ବୀମା କମ୍ପାନୀଙ୍କୁ ବଛାଯାଇଛି । ଖରିଫ ଋତୁ ପାଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।  ମୁଖ୍ୟ ଶାସନ ସଚିବ ଶୀ ପାଢ଼ୀ କୃଷକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଅଧିକରୁ ଅଧିକ ଅଣଋଣି କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ଅଧିକାରୀମାନେ ଏଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଆଗାମୀ ଖରିଫ ଋତୁରେ ଧାନ, ଚିନାବାଦାମ, ତୁଳା, ହଳଦୀ, ଅଦା, ହରଡ ଓ ମକା ଆଦି ଫସଲକୁ ବୀମାଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଶସ୍ୟବୀମା ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନା କରିଥିଲେ ।