ଖୋଲିବ ୧୧ ଆଦର୍ଶ ଆବାସିକ ବିଦ୍ୟାଳୟ

0
934
school-children
school-children

ଭୁୁବନେଶ୍ୱର : ରାଜ୍ୟ ସରକାର ଆଗାମୀ ଶିକ୍ଷା ବର୍ଷରେ  ୧୧ଟି ନୂଆ ଆବାସିକ ବିଦ୍ୟାଳୟ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି । ଏସବୁ ବିଦ୍ୟାଳୟ ଗୁଡ଼ିକରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ୬ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ, ୪ଟି କଳିଙ୍ଗ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ । ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି, ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ୧୯ଟି ଏକଲବ୍ୟ ଆବସିକ ବିଦ୍ୟାଳୟ, ୪ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ।

ସୂଚନାଯୋଗ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଶିକ୍ଷାଦାନ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଏଥି ପାଇଁ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ବ୍ଲକ ମାନଙ୍କରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ଖୋଳିଛନ୍ତି । ଶିକ୍ଷା ବର୍ଷ ୨୦୧୬-୧୭ରେ ୧୦୦ଟି ଆଦର୍ଶ ବିଦ୍ୟାଳୟ ଆରମ୍ଭ କରାଯାଇଥିଲା । ରାଜ୍ୟରେ ଥିବା ବିଭିନ୍ନ ଜାତୀୟ ସ୍ତରର କମ୍ପାନୀମାନେ ଏଥିରେ ନିଜର ବିଦ୍ୟାଳୟ ଗୁଡ଼ିକର ନିର୍ମାଣରେ ଆର୍ଥିକ ଯୋଗଦାନ ଦେଇଛନ୍ତି । ଛାତ୍ର-ଶିକ୍ଷକ ଅନୁପାତ, ଶୈକ୍ଷିକ ପରିବେଶ ଓ ମୂଲ୍ୟାଙ୍କନକୁ ଆଦର୍ଶ ବିଦ୍ୟାଳୟରେ ଅଧିକ ଗୁରୁତ୍ୱ ଦିଆଯାଉଛି । ୬ଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ୨ଟି ଲେଖାଏଁ ସେକସନ କରାଯାଇଛି ।