ଖୋଲିଲା ଜଗମୋହନ : ଜଗାକୁ ଦର୍ଶନ କଲେ ଭକ୍ତ

0
794
Puri-temple
Puri-temple
ପୁରୀ : ବିଳମ୍ବରେ ଖୋଲିଛି ଶ୍ରୀମନ୍ଦିର ଜଗମୋହନ। ହାଇକୋର୍ଟଙ୍କ ତିନି ଜଣିଆ ଟିମ ଓ ପୁରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜଗମୋହନ ଖୋଲାଯାଇଛି।  ଭକ୍ତମାନେ ଭିତର କାଠ ପାଖରୁ ଜଗାକୁ ଭକ୍ତ ଦର୍ଶନ କରୁଛନ୍ତି।
 ଦୀର୍ଘ ୨ ବର୍ଷ ୨ ମାସ ପରେ ଖୋଲିଛି ଶ୍ରୀମନ୍ଦିର ଜଗମୋହନ। ଅପରାହ୍ମ ୫ ଟା ୧୦ରେ ଖୋଲାଯାଇଛି ଜଗମୋହନ। ହାଇକୋର୍ଟଙ୍କ ତିନି ଜଣିଆ ଟିମ ଓ ପୁରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜଗମୋହନ ଖୋଲାଯାଇଛି। ଫଳରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସକାଳୁ ଅପେକ୍ଷା କରିଥିବା ଭକ୍ତମାନେ ଭିତର କାଠ ପାଖରୁ ଜଗାକୁ ଭକ୍ତ ଦର୍ଶନ କରୁଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମରାମତି ପାଇଁ ବନ୍ଦ ରହିଥିବା ଜଗମୋହନ ଆଜି ଖୋଲାଯାଇଛି। ତେବେ ପ୍ରଥମ ଧୂପ ପରେ ଜଗମୋହନ ଖୋଲାଯିବାକୁ ସମୟ ଧାର୍ଯ୍ୟ ହୋଇଥିଲା ବେଳେ ଜଗମୋହନ ଖୋଲିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।  ତେବେ ଆଜି ପୁରୀ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ହାଇକୋର୍ଟଙ୍କ ତିନି ଜଣ ସଦସ୍ୟଙ୍କ ଉପସ୍ଥିତିରେ ଜଗମୋହନ ଖୋଲାଯାଇଛି।   ଭକ୍ତମାନେ ଭିତର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି।

ସୂଚନାଯୋଗ୍ୟ,ଶ୍ରଦ୍ଧାଳୁମାନେ ଜୟବିଜୟ ଦ୍ୱାର ଦେଇ ଜଗମୋହନକୁ ଯିବାବେଳେ ଦର୍ଶନ ସାରି ବେହେରଣ ଦ୍ୱାର ଦେଇ ବାହାରକୁ ବାହାରିବେ । ତେବେ ଗର୍ଭଗୃହ ଦର୍ଶନକୁ ମାନ୍ୟବର ହାଇକୋର୍ଟ ବାରଣ କରିଥିବାବେଳେ ସଂପୃକ୍ତ ସେବକ , ଅଧିକାରୀ ଓ କର୍ମଚାରୀ ହିଁ ଗର୍ଭଗୃହକୁ ପ୍ରବେଶ କରିପାରିବେ ।  ଏଠାରେ ଉଲ୍ଲେଖ ଯୋଗ୍ୟ, ଏଏସ୍ଆଇ ପକ୍ଷରୁ ଜଗମୋହନ ମରାମତି କାମ ପାଇଁ ୨୦୧୬ ମସିହା ଜାନୁଆରୀ ମାସରୁ ଜଗମୋହନ ଦର୍ଶନ ବନ୍ଦ ରହିଥିଲା ।