ଗଣଦୁଷ୍କର୍ମର ଶିକାର ହୋଇଥିଲେ ଅନୁଗୁଳରେ ନିଖୋଜ ମହିଳା : ୪ ଗିରଫ

0
788
rape victim
rape victim

ଅନୁଗୁଳ : ଅନୁଗୁଳରେ ନିଖୋଜ ମହିଳାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିଲା । ଆଜି ଏକ ପ୍ରେସମିଟ୍ ମାଧ୍ୟମରେ ଏ ନେଇ ସ୍ପଷ୍ଟ କରିଛନ୍ତି ଅନୁଗୁଳ ଜିଲ୍ଲା ଏସପି ମିତ୍ରଭାନୁ ମହାପାତ୍ର। ମହିଳାଙ୍କୁ ଅପହରଣ କରି ପୁରୁଣାପାଣି ଜଙ୍ଗଲରେ ୬ ଜଣ ଗଣଦୁଷ୍କର୍ମ କରିଥିଲେ। ସେଥିମଧ୍ୟରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ୨ ଜଣ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ଜିଲ୍ଲା ଏସପି କହିଛନ୍ତି।
ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି ଯେ ଅନୁଗୁଳ ନାକଚିରୁ ନିଖୋଜ ହୋଇଯାଇ ଜଗତସିଂହପୁରରୁ ଠାବ ହୋଇଥିବା ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଘଟଣା ଦିନ ମହିଳାଙ୍କୁ ଅପହରଣ କରି ପୁରୁଣାପାଣି ଜଙ୍ଗଲରେ ୬ ଜଣ ଗଣଦୁଷ୍କର୍ମ କରିଥିଲେ। ସେଥିମଧ୍ୟରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ୨ ଜଣ ଏବେ ବି ଫେରାର ଅଛନ୍ତି। ଗତ ୩ ତାରିଖ ଦିନ ରାତି ପ୍ରାୟ ୧୦ଟା ସମୟରେ ସ୍ୱାମୀ ଓ ଝିଅ ସହ ସମ୍ବଲପୁରରୁ କାରରେ କଟକ ଅଭିମୁଖେ ଆସୁଥିଲେ। ଏହି ସମୟରେ ସ୍ତ୍ରୀ ଅନୁଗୁଳ ନାକଚି ନିକଟରେ ପରିସ୍ରା କରିବାକୁ ଗାଡିରୁ ଓହ୍ଲାଇଥିଲେ । ମାତ୍ର ଶୌଚ ହେବାପାଇଁ କାରରୁ ପାଣି ବୋତଲ ନେବାକୁ ଭୁଲି ଯାଇଥିବାରୁ ମହିଳା ଜଣକ ପୁଣି କାର ନିକଟକୁ ଆସି ପାଣି ବୋତଲ ନେବା ସହ କାରଡୋର ପକାଇଲେ। ତେବେ କାରଡୋର ପଡିବା ଶୁଣି ସ୍ତ୍ରୀ କାର ଭିତରେ ବସିଗଲେ ବୋଲି ସ୍ୱାମୀ ଜଣର ଭାବିଥିଲେ। ଏହା ଚିନ୍ତା କରି ସ୍ୱାମୀ କାର ଚଲାଇ ଆଗକୁ ପଳାଇଥିଲେ। କିନ୍ତୁ ସେହିଠାରେ ସ୍ତ୍ରୀ ଜଣକ ରହିଯାଇଥିଲେ। ମାତ୍ର ଆଗ ବଇଣ୍ଡା ଛକରେ ସ୍ୱାମୀ ଜଣକ ସ୍ତ୍ରୀ କାରରେ ନଥିବା ଜାଣିବାକୁ ପାଇଥିଲେ ଏବଂ ପୁନର୍ବାର ସ୍ତ୍ରୀଙ୍କୁ ଛାଡିଥିବା ଜାଗାକୁ ଯାଇ ବହୁତ ଖୋଜାଖୋଜି ପରେ ମଧ୍ୟ ସ୍ତ୍ରୀଙ୍କ ପାଇନଥିଲେ। ଶେଷରେ ନିରାଶ ହୋଇ ଘଟମା ପର ଦିନ ଅର୍ଥାତ ଶୁକ୍ରବାର ହଣ୍ଡପା ଥାନାରେ ସ୍ୱାମୀ ଜଣକ ଅଭିଯୋଗ କରିଥିଲେ।

କ୍ରମେ ହଣ୍ଡପା ପୋଲିସ ଏହି ନିଖୋଜ ଘଟଣାରେ ତଦନ୍ତ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ କରି ୪ଜଣଙ୍କୁ ଥାନା ଏବଂ ସଂପୃକ୍ତ ମହିଳାଙ୍କ ସହ ସେମାନେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲେ। ଅନ୍ୟପକ୍ଷେ ଘଟଣାର ତିନି ଦିନ ପରେ ଅର୍ଥାତ ଗତ ୭ ତାରିଖ ଦିନ ଏହି ମହିଳାଙ୍କୁ ଜଗତସିଂହପୁର ଅଞ୍ଚଳରୁ ଠାବ କରିବାରେ ସକ୍ଷମ ହୋଇଥିଲା ହୋଇଥିଲା ପୋଲିସ। ମହିଳା ଜଣକ ତାଙ୍କ ସଂପର୍କୀୟ ଘରେ ଥିବା ତାଳଚେର ଜିଆଇଜି ସୂଚନା ଦେଇଥିଲେ। ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲେ। ତାଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।