ଗଣ୍ଡଗୋଳ : କାବୁ କରିବ ୱାଟର୍ କ୍ୟାନନ

0
992
water canon
water canon
ଭୁବନେଶ୍ୱର  : ଗଣ୍ଡଗୋଳ ଓ ଦଙ୍ଗାକୁ କାବୁ କରିବ ୱାଟର୍ କ୍ୟାନନ। ରାଜ୍ୟ ପୋଲିସ ଆଧୁନିକୀକରଣ ଯୋଜନାରେ ଚଳିତ ବର୍ଷ ଏପରି ଅତ୍ୟାଧୁନିକ ଚାରିଟି ୱାଟର କ୍ୟାନନ କିଣିଛି । ଗଣ୍ଡଗୋଳ ଓ ଦଙ୍ଗା ଭଳି ପରିସ୍ଥିତିକୁ ସାମ୍ନା କରିବା ପାଇଁ ରାଜ୍ୟ ପୋଲିସ ୨କୋଟି ଟଙ୍କା ବ୍ୟୟରେ ୪ଟି ୱାଟର୍ କ୍ୟାନନ ଗାଡ଼ି କିଣିଛି । ଏହା ଦ୍ୱାରା  ଦଙ୍ଗାକାରୀ ଓ ଗଣ୍ଡଗୋଳକାରୀଙ୍କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛି ପୋଲିସ । କ୍ୟାନନରୁ ଯେଉଁ ପାଣି ମାଡ଼ କରାଯିବ ସେହି ପାଣି ଦେହରେ ପଡ଼ିଲେ ଦେହ କୁଣ୍ଡାଇ ହେବ । ଏଭଳି କୁଣ୍ଡାଇ ହେବ ଯେ ଆଖ ପାଖ ଯାଗାରେ ଠିଆ ହେବା ବି ମୁସ୍କିଲ ହୋଇପଡ଼ିବ । ପାଣିର ରଙ୍ଗ ସହଜରେ ଛାଡ଼ିବ ନାହିଁ । ପୋଲିସ ରଙ୍ଗ ଦେଖି ଦଙ୍ଗା କାରୀଙ୍କୁ ଚିହ୍ନି ପାରିବ । ରାଜ୍ୟ ପୋଲିସ ଆଧୁନିକୀକରଣ ଯୋଜନାରେ ଚଳିତ ବର୍ଷ ଏପରି ଅତ୍ୟାଧୁନିକ ଚାରିଟି ୱାଟର କ୍ୟାନନ କିଣିଛି । ଜଗତପୁର ଠାରେ ଥିବା ଏକ ଘରୋଇ ସଂସ୍ଥା ଆନନ୍ଦ ଫେବ୍ରିକେଟର ଏହି ଗାଡ଼ି ତିଆରି କରିଛି । ଗୋଟିଏ ଗୋଟିଏ ଗାଡ଼ିରେ ୧୨ ହଜାର ଲିଟର ପାଣି ରହିବ ଓ ଏହା ୪୫ ମିଟର ଦୂରତା ପର୍ଯ୍ୟନ୍ତ ଫୋପାଡ଼ି ପାରିବ । ଖୁବ୍ ଯୋରରେ ଏବଂ ହାଲକା ଭାବରେ ପାଣି ଛାଡ଼ିବା ଭଳି ବ୍ୟବସ୍ଥା ଏଥିରେ ରହିଥିବାରୁ ଦଙ୍ଗା ସମୟରେ ଘର ପୋଡ଼ିରେ ଏହା ସହାୟକ ହେବା ସାଙ୍ଗକୁ ରଥଯାତ୍ରା ବେଳେ ଭକ୍ତ ଓ ଦର୍ଶନାର୍ଥିଙ୍କୁ ଗୁଳୁଗୁଳିରୁ ରକ୍ଷା କରିବା ପାଇଁ ପାଣି ସିଂଚନ ମଧ୍ୟ କରିପାରିବ ।