ଗରିବ ପରିବାରଙ୍କୁ ମାଗଣାରେ ଏଲଇଡି ବଲବ

0
785
electrification
electrification

ଭୁବନେଶ୍ଵର : ସବୁ ଘରକୁ ବିଦ୍ୟୁତ୍ ଯୋଗାଣ  କରାଯିବ। ‘ ଆମ ଘରେ ଏଲଇଡି ଲାଇଟ’ ଯୋଜନାରେ ମାଗଣା ବଲ୍ବ ଦିଆଯିବ ।  ସମସ୍ତଙ୍କ ପାଇଁ ବିଦ୍ୟୁତ୍ ସେବା ସୁନିଶ୍ଚିତ ପାଇଁ  ବ୍ୟୟବରାଦ କରାଯାଇଛି।

ରାଜ୍ୟ ସରକାର ୨୦୧୮ ସୁଦ୍ଧା ସବୁ ଘରକୁ ବିଦ୍ୟୁତ୍ ଯୋଗାଣ ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି।  ଅଦ୍ୟାବଧି ରାଜ୍ୟର ସମଗ୍ର ୪୭ ହଜାର ୬୭୭ ଗ୍ରାମ ମଧ୍ୟରୁ  ୪୭ ହଜାର ୬୫୫ ଟି ଗ୍ରାମକୁ ବିଦ୍ୟୁତ୍ ସଂଯୋଗ  କରାଯାଇଛି।  ଅବଶିଷ୍ଟ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବ।

ସମସ୍ତଙ୍କ ପାଇଁ ବିଦ୍ୟୁତ୍ ସେବା ସୁନିଶ୍ଚିତ ପାଇଁ ବିଜୁ ଗ୍ରାମ ଜ୍ୟୋତି ଯୋଜନା, ବିଜୁ ସହରାଞ୍ଚଳ ବିଦ୍ୟୁତୀକରଣ ଯୋଜନା ଓ ସୌଭାଗ୍ୟ, ଦିନଦୟାଲ ଉପାଧ୍ୟାୟ ଓ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନାରେ ୫୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆମ ଘରେ ଏଲଇଡି ଲାଇଟ ଯୋଜନାରେ ମାଗଣା ବଲ୍ବ ଦିଆଯିବାର ଯୋଜନା ରହିଛି। ଏଥିରେ ପ୍ରତି ଗରିବ ପରିବାରଙ୍କୁ ୪ଟି ମାଗଣା ଏଲଇଡି ବଲବ ମିଳିବ।  ମାଗଣା ବଲବ ବଣ୍ଟନ ପାଇଁ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।   ରାଜ୍ୟ ବଜେଟ୍ ୨୦୧୮-୧୯ ଆଜି ବିଧାନସଭାରେ ଉପସ୍ଥାପିତ୍ ହୋଇଛି। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ମୋଟ୍ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଛି।