ଉପକୂଳବର୍ତି ଅଂଚଳରେ ଥିବା ବାଲିଦ୍ୱୀପ ଗୁଡ଼ିକରେ କଇଁଛମାନେ ଅଣ୍ଡା ଦେଉଛନ୍ତି । ଗତବର୍ଷ ଗହୀରମଥାରେ କଇଁଛଙ୍କ ଅଣ୍ଡାଦାନ ୬ ଲକ୍ଷ ୬ ହଜାର ୮୫୫ ଥିଲା । ପ୍ରଥମ ଦିନରେ ୧ ଲକ୍ଷ ୨୮ ହଜାର ଅଣ୍ଡାଦାନ ହୋଇଥିଲା । ତେବେ କଇଁଛ ଓ ଅଣ୍ଡାଗୁଡ଼ିକର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗହୀରମଥା ମୁହାଣରେ ୧୯୯୯-୨୦୦୦ରେ ୭ ଲକ୍ଷ ୧୧ ହଜାର, ୨୦୦୦-୦୧ରେ ୭ ଲକ୍ଷ ୪୧ହଜାର ଗଣ ଅଣ୍ଡାଦାନ ହୋଇଥିଲା । ସେହିପରି ୨୦୧୬-୧୭ରେ ବର୍ଷରେ ୬ ଲକ୍ଷ ୬ ହଜାର ୮୫୫ ଅଣ୍ଡାଦାନ ହୋଇଥିଲା । ପ୍ରତିକୂଳ ପାଗ ଓ ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ଦ୍ୱାରା ଅଣ୍ଡାଦାନ ପ୍ରକ୍ରିୟା ଉପରେ ପ୍ରଭାବ ପକାଉଛି ବୋଲି ପରିବେଶବିତ୍ ମାନେ ପ୍ରକାଶ କରିଛନ୍ତି ।
ତେବେ ଚଳିତଥର ଗଞ୍ଜାମ ଉପକୂଳରେ ମଧ୍ୟ ୬ ଦିନରେ ମୋଟ ୪ଲକ୍ଷ ୨୮ ହଜାର ୮୩ କଇଁଛ ଅଣ୍ଡାଦାନ କରିଛନ୍ତି । ଯାହାକି ସର୍ବକାଳୀନ ରେକର୍ଡ଼ । ୨୦୧୭ରେ ମୋଟ ୩ ଲକ୍ଷ ୭୦ ହଜାର ୬୩୩ କଇଁଛ ଅଣ୍ଡାଦାନ କରିଥିଲେ । ଏ ବର୍ଷ ଶେଷ ଦିନରେ ୪୦ ହଜାର ୩୧୭ କଇଁଛ ଅଣ୍ଡାଦାନ କରିଛନ୍ତି । ନଭେମ୍ବର ପ୍ରଥମ ସପ୍ତାହରୁ ଅଲିଭ ରିଡ଼ଲେଙ୍କ ମିଳନଋତୁ ଆରମ୍ଭ ହୋଇଥବାବେଳେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଚାଳିଛି ।