ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ

0
894
g goswami
g goswami
ଭୁବନେଶ୍ୱର :  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡିଆ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଆଖି ବୁଜିଛନ୍ତି ଗୁରୁକୃଷ୍ଣ । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ଓଡିଆ ସିନେମାର ବୟୋଜ୍ୟଷ୍ଠ  ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ ଘଟିଛି। ରବିବାର ସକାଳ କଟକ ସେଲଟର ଛକ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୁରୁକୃଷ୍ଣ ୭୦ ଓ ୮୦ ଦଶକରେ ଆଗଧାଡିର ଗୀତିକାର ଥିଲେ। ସେ ଏକାଧାରରେ ଜଣେ କାହାଣୀକାର, ସଂଳାପ ଲେଖକ, ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ। ୧୯୫୮ରେ ମୁକ୍ତିପ୍ରାପ୍ତ ଲୋକପ୍ରିୟ ଚଳଚ୍ଚିତ୍ର ‘ମା’ରେ ପ୍ରଥମେ ଗୀତ ଲେଖିବାର ସୁଯୋଗ ପାଇଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ। ତାଙ୍କର ‘ମୁଁ ଯେ ଜାଣେନା କାହାବାଟ…’ ଗୀତ ବେଶ ଲୋକ ପ୍ରିୟ ହୋଇପାରିଥିଲା।  ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।