ଅହମଦାବାଦ : ଗୁରୁବାର ଭୋରରୁ ଗୁଜରାଟରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ । ଗୁଜରାଟରେ ଗୁରୁବାର ଭୋରରୁ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିଏକ୍ଟର ସ୍କେଲରେ ୪.୨ ଥିଲା । । ଭାଚାଉ ଠାରୁ ୯ କିଲୋମିଟର ଦୂରରେ ସକାଳ ୪ଟା ୩ରେ ଏହା ଅନୁଭୂତ ହୋଇଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ । ସୂଚନାଯୋଗ୍ୟ ୨୦୦୧ ଜାନୁଆରୀ ୨୬ରେ ଗୁଜରାଟରେ ଭୟଙ୍କର ଭୂକମ୍ପ ହୋଇଥିଲା । ସାରାଦେଶର ଜନତା ୫୧ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ବ୍ୟସ୍ତ ଥିବା ବେଳେ ସକାଳ ୮ଟା ୪୬ରେ ୨ ମିନିଟ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା । ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଗଚ୍ଛ ଜିଲ୍ଲାର ବାଛୁଆ ତାଲୁକା ଜିଲ୍ଲାରେ ହୋଇଥିବା ୭.୭ ରିଏକ୍ଟର ସ୍କେଲ ଭୂକମ୍ପରେ ପ୍ରାୟ ୨୦,୦୦୦ ଲୋକଙ୍କର ଜୀବନ ଚାଲିଯାଇଥିଲା । ଏଥିରେ ଦକ୍ଷିଣ ପୂର୍ବ ପାକିସ୍ତାନରୁ ୧୮ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧,୬୭,୦୦୦ ଲୋକ ଆହତ ହୋଇଥିଲେ । ସେହିଭଳି ପ୍ରାୟ ୪ଲକ୍ଷ ଘର ଭାଙ୍ଗି ଯାଇଥିଲା ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...