ଗୁରୁପ୍ରିୟା ସେତୁ : ଯାଂଚ କରିବେ ୧୦ ଜଣିଆ ବୈଜ୍ଞାନିକ ଦଳ

0
904
gurupriya setu
gurupriya setu
ମାନକାନଗିରି : ଗୁରୁପ୍ରିୟା ସେତୁର ମାନ ଯାଞ୍ଚ କରିବେ କେନ୍ଦ୍ରୀୟ ଟିମ୍‌ । ଏ ନେଇ କେନ୍ଦ୍ରର ସିଆରଆରଆଇକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଛି । ଖୁବଶୀଘ୍ର ଏହାର ଯାଂଚ କାମ ଆରମ୍ଭ ହେବାର ସମ୍ଭାବନା ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରିଜ ଗୁଡିକର ନିର୍ମାଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ମାଲକାନଗିରିର ଗୁରୁପ୍ରିୟା ସେତୁର ମାନ ଯାଂଚ କରିବାକୁ ପୂର୍ତ୍ତବିଭାଗ ପଦକ୍ଷେପ ନେଇଛି । ବିଚ୍ଛିନ୍ନାଂଚଳ ବାସିନ୍ଦାଙ୍କ ପାଇଁ ଯାତାୟାତର ମୁଖ୍ୟ ମାଧ୍ୟମ ଭାବରେ ନିର୍ମାଣ ହୋଇଥିବା ଗୁରୁପ୍ରିୟା ସେତୁର ଯାଞ୍ଚ କରିବେ କେନ୍ଦ୍ରୀୟ ଟିମ୍‌ । ଏ ନେଇ କେନ୍ଦ୍ରର ସିଆରଆରଆଇକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଛି । ଜୁନ୍‌ ମାସ ପ୍ରଥମ ସପ୍ତାହରେ ଗୁରୁପ୍ରିୟା ସେତୁର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ତୃତୀୟ ପକ୍ଷ ବ୍ରିଜ୍‌କୁ ଯାଞ୍ଚ କରିବେ । ଏହାର ମାନ ଯାଂଚ କରି ରିପୋର୍ଟ ଦେବାକୁ ପୂର୍ତବିଭାଗ କେନ୍ଦ୍ର ସିଆରଆରଆଇକୁ ଅନୁରୋଧ କରିଛି । ସିଆରଆରଆଇର ୧୦ ଜଣ ବୈଜ୍ଞାନିକଙ୍କ ସେତୁର ଯାଞ୍ଚ ହେବ । ଏହି ୧୦ ଜଣିଆ ଟିମ ଖୁବଶୀଘ୍ର ଏହାର ଯାଂଚ କାମ ଆରମ୍ଭ ହେବାର ସମ୍ଭାବନା ରହିଛି । ପୂର୍ବରୁ ଏହି ସେତୁରେ ଫାଟ ସୃଷ୍ଟି ହେବା ସହ ପିଲର ଖସି ପଡିବା ଓ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆସିଥିଲା ।