ଗୁଳି ବିନିମୟ : ପ୍ରଫେସର ଭଟ୍ଟଙ୍କ ସମେତ ୫ ଆତଙ୍କବାଦୀ ନିହତ

0
843
indian army
indian army

ଶ୍ରୀନଗର :  ଜାମ୍ମୁ ଓ କାଶ୍ମୀର ସୋପିଆନରେ ସୁରକ୍ଷା ବଳ ଓ ହିଜବୁଲ ମୁଜାହିଦ୍ଦୀନ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ପ୍ରଫେସର ଭଟ୍ଟଙ୍କ ସମେତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

କାଶ୍ମୀର ଘାଟିରେ ମିଶନ ଅଲଆଉଟ୍ ଆଧାରରେ ସୁରକ୍ଷାବଳଙ୍କୁ ରବିବାର ବହୁତ ବଡ଼ ସଫଳତା ମିଳିଛି। ଜାମ୍ମୁ ଓ କାଶ୍ମୀର ସୋପିଆନରେ ସୁରକ୍ଷା ବଳ ଓ ହିଜବୁଲ ମୁଜାହିଦ୍ଦୀନ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ୍ୟୁ ଘଟିଥିବା ଆତଙ୍କବାଦୀଙ୍କ ମଧ୍ୟରେ କାଶ୍ମୀର ବିଶ୍ଵ ବିଦ୍ୟାଳୟର ପ୍ରଫେସର ମହମ୍ମଦ ରଫି ଭଟ୍ଟ ମଧ୍ୟ ସାମିଲ ଅଛନ୍ତି। କୁହାଯାଉଛି ବଟ୍ଟ ଶୁକ୍ରବାର  ସନ୍ଧ୍ୟାରୁ ନିଖୋଜ ଥିଲେ। ଆତଙ୍କୀ ଗତିବିଧି ମଧ୍ୟରେ ଭଟ୍ଟଙ୍କ ସଂଶ୍ଳିଷ୍ଟତା ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା। ଏହି କ୍ରମରେ ରବିବାର ସୋପିଆନର ବାଡିଗାମ ଗାଁରେ ହୋଇଥିବା ଏନକାଉଣ୍ଟରରେ ବଟ୍ଟଙ୍କ ମୃତ୍ୟୁ ଘଟିଛି।  ବଟ୍ଟ କେନ୍ଦ୍ରୀୟ କାଶ୍ମୀରର ଗାନ୍ଦରବଲ ଜିଲ୍ଲାର ଚୁଣ୍ଡୁମା ଗାଁର ବାସିନ୍ଦା ଅଟନ୍ତି।  ସେ କାଶ୍ମୀର ବିଶ୍ଵ ବିଦ୍ୟାଳୟରେ ସମାଜଶାସ୍ତ୍ର ବିଭାଗରେ ଚୁକ୍ତିଭିତ୍ତିକ ଅଧ୍ୟାପକ ଥିଲେ।

କୁହାଯାଉଛି ଭଟ୍ଟ ଶୁକ୍ରବାର ଅପରାହ୍ନ ୩ଟା ୩୦ରୁ ନିଖୋଜ ଥିଲେ।  ସେହି ଦିନ ସେ ନିଜ ମାଙ୍କ ସହିତ ଶେଷ ଥର କଥା ହୋଇଥିଲେ ଏବଂ ମାଙ୍କୁ ନିଜର ଭବିଷ୍ୟତ ଯୋଜନା ବିଷୟରେ କିଛି କହିନଥିଲେ। ଏଠାରେ କହି ରଖୁଛୁ ଯେ ୨୦୧୬ରେ ଆତଙ୍କବାଦୀ ବୁରହାନ ଓ୍ଵାନିର ମୃତ୍ୟୁ ପରେ ଅନେକ ଯୁବକ ଆତଙ୍କର ରାସ୍ତା ଚୟନ କରିଥିଲେ। ଏଥିରୁ ୧୫ ଦିନ ମଧ୍ୟରେ ଅନେକଙ୍କ ମୃତ୍ୟୁ ଘଟିଛି।  ରବିବାର ସକାଳେ ଏହା ଜଣା ପଡିଲା ଯେ ସୋପିଆନ ଜିଲ୍ଲାର ବାଡିଗାମ ଗାଁରେ ପୋଲିସ ଯେଉଁ ଆତଙ୍କବାଦୀଙ୍କୁ ଘେରି ରହିଥିଲା ସେଥିବେ ଭଟ୍ଟ ସାମିଲ ଅଛନ୍ତି। ପୋଲିସକୁ ୫ ଜଣ ଆତଙ୍କୀ ଛପି ରହିଥିବାର ସୂଚନା ମିଳିଥିଲା, ଯାହା ପରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବଳ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳିବିନିମୟରେ ପ୍ରଫେସର ଭଟ୍ଟଙ୍କ ସମେତ ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି।