ଗୁଳି ବିନିମୟ, ୪ ମାଓବାଦୀ ମୃତ

0
662
maoist
maoist
ମାଲକାନଗିରି : ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ୪ ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ବର୍ତମାନ ମଧ୍ୟ ଅପରେସନ ଜାରି ରହିଥିବାବେଳେ ମୃତାହତଙ୍କ ଚିତ୍ର ସ୍ପଷ୍ଟ ହୋଇ ପାରିନାହିଁ ।

 ଚିତ୍ରୋକୋଣ୍ଡା ବିଚ୍ଛିନ୍ନାଂଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସିମିଳିପଦର ଗାଁ ନିକଟ ଜଂଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ୍‌ ଓ ଓଡିଶା ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି । ଗୁଳିବିନିମୟରେ ୪ ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନା ମୁତାବକ, ପୋଲିସର ଅପରେସନରେ ମୃତାହତଙ୍କ ଚିତ୍ର ସ୍ପଷ୍ଟ ହୋଇ ନ ଥିବାବେଳେ ୪ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି  । ମୃତକଙ୍କ ମଧ୍ୟରେ ଟପ୍‌ ମାଓନେତା ଆର କେ ରହିଥିବା ଖବର ମିଳିଛି । ବର୍ତମାନ ମଧ୍ୟ ଅପରେସନ ଜାରି ରହିଥିବାବେଳେ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ହସ୍ତଗତ ହୋଇ ପାରିନାହିଁ ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେବାଡା ପୋଲିସ କୁ ବଡ ସଫଳତା ମିଳିଛି । ଦନ୍ତେବାଡା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି୨ ହାର୍ଡକୋର ମାଓ ଦମ୍ପତି । ଆତ୍ମସମର୍ପଣ କାରୀ ଦମ୍ପତି ହେଲେ ଫାଗୁ କରାମ ଓ ଅୟତି କରାମ । ଏମାନେ ଦୁହେଁ ମାଓବାଦୀ ସଂଗଠନର ନେତା ଥିଲେ । ଉଭୟଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଥିଲା । ଦୀର୍ଘ୧୪ ବର୍ଷ ଧରି ଏହି ଦମ୍ପତି ମାଓ ଦଳରେ ରହି କାର୍ୟ୍ୟ କରିଆସୁଥିବା ବେଳେ ଏମାନେ ଅନେକ ବଡ଼ ବଡ଼ ହିଂସାକାଣ୍ଡ ରେ ସାମିଲ ଥିଲେ ।