ଗ୍ରୀଷ୍ମ ପ୍ରବାହ : ଏପ୍ରିଲ ୩୦ରୁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

0
1226
cm naveen
cm naveen
ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣିକୁ ଆସନ୍ତା ଏପ୍ରିଲ ୩୦ ତାରିଖରୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି
।  ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେଣୁ ଏହି ସମୟରେ ଜନସାଧାରଣଙ୍କ ଯାତାୟତରେ ଅସୁବିଧା ହେଉଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣିକୁ ଆସନ୍ତା ଏପ୍ରିଲ ୩୦ ତାରିଖରୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି ସମୟରେ ଜନସାଧାରଣ ସେମାନଙ୍କ ଅଭିଯୋଗକୁ ଡାକ କିମ୍ବା ଅନଲାଇନ୍ ଜରିଆରେ ପଠାଇପାରିବେ । ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇବା ପରେ ଅଭିଯୋଗ ପ୍ରକୋଷ୍ଠ ପୁନର୍ବାର ଜନସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।