ଚନ୍ଦ୍ରଯାନ-୨ ଅଭିଯାନ ଅକ୍ଟୋବରରେ

0
1093
Chandrayaan_II_Mission
Chandrayaan_II_Mission

ଭୁୁବନେଶ୍ୱର  : ଆଗାମୀ ଅକ୍ଟୋବର ପ୍ରଥମ ସପ୍ତାହରେ   ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥା’ର ଚନ୍ଦ୍ରଯାନ-୨ ଅଭିଯାନ  ଆରମ୍ଭ ହେବ । ଏହି ଅଭିଯାନ ପୂର୍ବରୁ ଇସ୍ରୋ ପକ୍ଷରୁ ଅନେକ ପରୀକ୍ଷା ନୀରିକ୍ଷା ଚାଲିଛି ।  ପୂର୍ବରୁ ଏହି ଅଭିଯାନକୁ ଏପ୍ରିଲ ୨୩ରେ କରାଯିବାର ଥିଲା ।

ଚନ୍ଦ୍ରଯାନ-୨ ଅଭିଯାନ ବିଳମ୍ବ ହେବାର କାରଣ ସମ୍ପର୍କରେ ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ସିବନ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏପର୍ଯ୍ୟନ୍ତ ଏହାର ପ୍ରସ୍ତୁତ ହୋଇପାରି ନାହିଁ । ଚନ୍ଦ୍ରଯାନ-୨ ଅଭିଯାନ ପାଇଁ ଇସ୍ରୋ ଅଧ୍ୟକ୍ଷ, ମହାକାଶ ବିଶେଷଜ୍ଞ ଓ ଆଇଆଇଟି ପ୍ରଫେସର କାମ କରୁଛନ୍ତି ।  ସିବନ କହିଛନ୍ତି, ଚନ୍ଦ୍ରଯାନ-୨ ଅଭିଯାନ ପ୍ରକୃତ ପକ୍ଷେ ଏପ୍ରିଲ ୨୩ରେ କରାଯିବାର ଥିଲା କିନ୍ତୁ ଏଥି ପାଇଁ ଆହୁରି ୨୦ ଦିନ କେବଳ ପରୀକ୍ଷା କରାଯିବାର ବାକି ରହିଛି । ଏପ୍ରିଲ ୨୩ ପୂର୍ବରୁ ଏହି ପରୀକ୍ଷା ଶେଷ ହୋଇ ପାରିବ ନାହିଁ । ଅନ୍ୟ ଉପଗ୍ରହ ଉତକ୍ଷେପଣ ଓ ଚନ୍ଦ୍ରଯାନ – ଅଭିଯାନ ସମାନ କଥା ନୁହେଁ । ଏହି ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ।    ଚନ୍ଦ୍ରଯାନ-୧ର ୧୦ମ ବାର୍ଷିକୀ ଅବସରରେ ଏହାକୁ ଆଗାମୀ ଅକ୍ଟୋବରରେ ଛଡ଼ାଯିବାର ଯୋଜନା ରଖାଯାଇଛି । ୨୦୦୮ ଅକ୍ଟୋବର ୨୨ରେ ଚନ୍ଦ୍ରଯାନ-୧ ଅଭିଯାନ ଆରମ୍ଭ କରିଥିଲା । ଚନ୍ଦ୍ରଯାନ-୨ ଶୁଭାରମ୍ଭ ହେବା ପରେ ଭାରତ ଏକ ରେକର୍ଡ ସ୍ଥାପନା କରିବ ।  ଇସ୍ରୋ ପକ୍ଷରୁ ଜିସ୍ୟାଟ-୬ଏ ଆଗାମୀ ମାର୍ଚ୍ଚ ୨୯ରେ ଉତକ୍ଷେପଣ କରାଯିବ । ଜିଏସଏଲଭିଭିଏଫ୦୮ରୁ ଏହି ରକେଟ ଛଡ଼ାଯିବ । ଏହି ରକେଟର ଜୀବନ କାଳ ହେଉଛି ୧୦ ବର୍ଷ ବୋଲି ଇସ୍ରୋର ଜଣେ ଅଧିକାରୀ କହିଛନ୍ତି । ଏହା ଏକ ଯୋଗାଯୋଗ ଉପଗ୍ରହ, ଯାହାକି ମୋବାଇଲ କମ୍ୟୁନିକେସର ବିକାଶ ଦିଗରେ କାମ କରିବ ।