ଚଳନ୍ତା ଟ୍ରେନରୁ ଡେଇଁ ଯବାନ ବଂଚାଇଲେ ମହିଳାଙ୍କ ଇଜ୍ଜତ

0
888
train
train
ନୂଆଦିଲ୍ଲୀ : ଜଣେ ମହିଳାଙ୍କ ଇଜ୍ଜତ ବଂଚାଇଛନ୍ତି ରେଳବାଇ ସୁରକ୍ଷା ବଳ ବା ଆରପିଏଫର ଜଣେ କନେଷ୍ଠବଳ । ନିଜ ସାହସିକତାର ପରିଚୟ ଦେଇଛନ୍ତି । ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ପଚରାଉଚରା କରୁଛି ରେଳବାଇ ପୋଲିସ୍ ।

ଯବାନ ଜଣକ ଚଳନ୍ତା ଟ୍ରେନରୁ ଡେଇଁବା ସହ ଜଣେ ମହିଳାଙ୍କୁ ଦୁଷ୍କର୍ମ ହେବାରୁ ରକ୍ଷା କରିଛନ୍ତି । ମହିଳାଙ୍କୁ ଜଣେ ୨୬ ବର୍ଷିୟ ଯୁବକ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ସୋମବାର ରାତି ଚିତେନ୍ଦ୍ରିପେଟ ଏବଂ ପାର୍କ ଷ୍ଟେସନ ମଝିରେ ହୋଇଥିବା ଜଣାପଡିଛି । ସାହସୀ ଯବାନଙ୍କ ନାମ କେ. ଶିବାଜୀ ହୋଇଥିବା ଜଣାପଡିଛି ।  ପୋଲିସର ସୂଚନା ମୁତାବକ, ଟ୍ରେନଟି ଷ୍ଟେସନରେ ପହଂଚିବା ପୂର୍ବରୁ ଶିବାଜୀ ଜଣେ ମହିଳାଙ୍କ ପାଟି ଶୁଣିଥିଲେ । ପାଖ ବଗିରୁ ମହିଳା ଜଣକ ପାଟି କରୁଥିବା ସେ ଜାଣିବାକୁ ପାଇଥିଲେ । ଦୁଇ ବଗି ମଧ୍ୟରେ କୌଣସି ରାସ୍ତା ନଥିବା ହେତୁ ସେ ବାଧ୍ୟ ହୋଇ ଟ୍ରେନରୁ ଡେଇଁଥିଲେ ଏବଂ ପାଟି ଶୁଭୁଥିବା ବଗିରେ ପ୍ରବେଶ କରିଥିଲେ  ।

ସେଠାରେ ସେ ଜଣେ ମହିଳାଙ୍କୁ ଏକ ବ୍ୟକ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ । ଯବାନଜଣଙ୍କ ବ୍ୟକ୍ତିଙ୍କୁ ଧକ୍କା ଦେବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ । ସାମାନ୍ୟ ଆଘାତ ଲାଗିଥିବା ହେତୁ ମହିଳାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏହାସହ ଅସଦାଚରଣ କରିଥିବା ବ୍ୟକ୍ତିଙ୍କ ନାମ ସତ୍ୟାରାଜ ହୋଇଥିବା ସୂଚନା ମିଳିଛି । ସେ ତାମିଲନାଡୁର ବେଲାଚେରୀ ଜିଲ୍ଲାରେ ବାସ କରୁଥିବା ଜଣାପଡିଛି । ଲତ୍ୟରାଜଙ୍କୁ ଗିରଫ କରିବା ସହ ପଚରାଉଚରା କରୁଛି ରେଳବାଇ ପୋଲିସ୍ ।