ଚାକିରି ଦେବା ନାଁରେ ଦୁଇଜଣ ଯୁବତୀଙ୍କୁ ଦୁବାଇରେ ବିକ୍ରି : ଯୁବକ ଗିରଫ

0
754
କେନ୍ଦ୍ରାପଡା : ଚାକିରିର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବିଦେଶରେ ବିକ୍ରି କରିଥିବା ଅଭିଯୋଗରେ ଆଜି ଜଣେ ଦଲାଲଙ୍କୁ ପୋଲିସ ଗିରଫ କରିଛି । ଯୁବକ ଜଣକ ପୋଖରିଆପଡା ଗାଁର ବିଶ୍ୱଜିତ ମଲ୍ଲିକ । ତାଙ୍କୁ ଆଜି ସକାଳେ ରଘୁନାଥପଲ୍ଲୀ ପୋଲିସ ଗିରଫ କରିଛି । ରାଉରକେଲାର ଦୁଇଜଣ ଯୁବତୀଙ୍କୁ ଚାକିରି ଦେବା ଆଳରେ ବିଶ୍ୱଜିତ ସାଉଦିଆରବକୁ ନେଇ ଦୁଷ୍କର୍ମ କରିବା ସହ ବିକ୍ରି କରିଥିଲା । ଦୁଷ୍କର୍ମ ପରେ ଏହି ଘଟଣାକୁ ସେ ମୋବାଇଲେ ସୁଟିଂ କରି  ଭାଇରାଲ ମଧ୍ୟ  କରିଥିଲା । ଯୁବତୀଙ୍କୁ ଚାଲାଣ କରିବା  ନେଇ ଯୁବତୀଙ୍କ ପରିବାର ଲୋକେ ଗତ ଡିସେମ୍ବର ମାସ ୧୨ ତାରିଖରେ ଅଭିଯୋଗ ଆଣିଥିଲେ । ବିଶ୍ୱଜିତ ନାଁରେ ଦଫା ୩୭୦ , ୩୭୪ , ୫୦୬ , ୩୪ ଲାଗିଥିବାବେଳେ ପୋଲିସ ଦୀର୍ଘଦିନ ଧରି ତାଙ୍କୁ ଖୋଜୁଥିବାବେଳେ ଗତକାଲି ଗାଁକୁ ଆସିଥିବା ଖବର ପାଇ ଆଜି ସକାଳୁ ପୋଖରିଆପଡା ଗାଁରୁ ଗିରଫ କରିଥିବା ସୂଚନା ମିଳିଛି ।