ଚିଟଫଣ୍ଡ : କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା

0
1046
naveen1
naveen1

ଭୁୁବନେଶ୍ୱର : ଚିଟଫଣ୍ଡ କ୍ଷତିଗ୍ରସ୍ତ  କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ  ତହସିଲଦାରମାନେ ଏହି ଯାଞ୍ଚ  ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କାରୁ କମ)ଙ୍କୁ ଡାକି ତହସିଲଦାରମାନେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜମାକାରୀଙ୍କ ବ୍ୟାଙ୍କ ତଥ୍ୟ ଓ ଇଣ୍ଡେମନିଟି ବଣ୍ଡ ଯାଞ୍ଚ ଚାଲିଛି । ଏହି ଯାଞ୍ଚ ଶେଷ ପରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । କଟକ ଜିଲ୍ଲାର ମାହାଙ୍ଗା ବ୍ଲକରେ ପାଖାପାଖି ୨୩୨ ଜଣ କ୍ଷୁଦ୍ର ଜମାକାରୀଙ୍କ ତଥ୍ୟ ସୋମବାର ଦାଖଲ କରାଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ମାହାଙ୍ଗା ବ୍ଲକରେ ୪୬୧ଟି ଆବେଦନ ଯାଞ୍ଚ ଶେଷ ହୋଇଗଲେ, ଦୁଇ ତିନି ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇପାରେ । ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ, ଚିଟଫଣ୍ଡ କମିଶନ ପ୍ରଥମ ପର୍ଯ୍ୟାୟରେ ସତ୍ୟପାଠ ଯାଞ୍ଚ କରି ୨୬ ହଜାର ୯୭୬ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ କରି କମିଶନ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିଛନ୍ତି । ସମୁଦାୟ ୮୮ ହଜାର ୨୨୮ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସମାନ୍ତରାଳ ଭାବେ କମିଶନଙ୍କ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ଉପରେ ବି ତର୍ଜମା ଚାଲିଛି ।