ଚିଟଫଣ୍ଡ ଠକେଇ ଅଭିଯୋଗ: ନିର୍ମଳ ଇନଫ୍ରା ଚିଟଫଣ୍ଡ ସଂସ୍ଥାର ୨ ଗିରଫ

0
783

ଭୁବନେଶ୍ୱର: ପୁଣି ଚିଟଫଣ୍ଡ ଠକେଇ। ୪୩୩ କୋଟି ଠକେଇ ଅଭିଯୋଗରେ ଦୀର୍ଘଦିନ ଧରି ଫେରାର ରହିବା ପରେ ସିବିଆଇ ନିର୍ମଳ ଇନଫ୍ରା ଚିଟଫଣ୍ଡ ସଂସ୍ଥାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଏମଡି ଆଶିଷ ଚୌହାନ ଏବଂ ଅଭିଷେକ ଚୌହାନ। ଉଭୟ ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଆସିଥିଲେ କୌଣସି ସୂତ୍ରରୁ ଖବର ପାଇ ସିବିଆଇ ଉଭୟଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ ଏହି ସଂସ୍ଥା ମଧ୍ୟପ୍ରଦେଶର। ଓଡ଼ିଶାରେ ମଧ୍ୟ ଏହାର ଶାଖା ଖୋଲି ଲୋକଙ୍କଠାରୁ ବେଆଇନ ଟଙ୍କା ଆଦାୟ କରୁଥିଲା। ଗିରଫ ପରେ ଉଭୟଙ୍କୁ ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରେ ଜେଲକୁ ପଠାଯାଇଛି। ଆଜି ଉଭୟଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବାର ସମ୍ଭାବନା ରହିଛି।