ଚୀନରେ ପହଞ୍ଚିଲେ ମୋଦି, ଜିନପିଙ୍ଗଙ୍କୁ ଭେଟିବେ ଆଜି

0
855
modi-jinping
modi-jinping

ନୂଆଦିଲ୍ଲୀ : ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର। ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ  ମୋଦି  ଆଜି ଭେଟିବେ । ସାକ୍ଷାତକାର ସମୟରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ଭାରତ-ଚୀନ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ ଚୀନ ପହଞ୍ଚିଛନ୍ତି । ବୁହାନ ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ବିଦେଶ ମନ୍ତ୍ରାଳୟର ସହଯୋଗୀ ମନ୍ତ୍ରୀ କାଙ୍ଗ ଜୁଆଙ୍ଗୟୁ ଓ ହୁବେଇରୁ ଫେରିଥିବା ଗଭର୍ଣ୍ଣର ଟେଗ ଡାଓଚା ସ୍ୱାଗତ କରିଛନ୍ତି । ବୁହାନରେ ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ମୋଦି ଚୀନ ରାଷ୍ଟ୍ରପତିଙ୍କୁ ଶୁକ୍ରବାର ଭେଟିବେ । ସାକ୍ଷାତକାର ସମୟରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ଭାରତ-ଚୀନ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ବୈଠକରେ କୌଣସି ଚୁକ୍ତି କିମ୍ବା ଯୁଗ୍ମ ବୟାନ ହେବ ନାହିଁ । ୨୦୧୪ରେ କ୍ଷମତାକୁ ଆସିବା ପରେ ମୋଦିଙ୍କ ଏହା ହେଉଛି ୨ୟ ଥର ଚୀନ ଗସ୍ତ ।  ଚୀନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରିଛନ୍ତି, ମୁଁ ଚୀନର ବୁହାନ ଯାତ୍ରା କରୁଛି, ଯେଉଁଠାରେ କି ଏପ୍ରିଲ ୨୭-୨୮ରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହିତ ଔପଚାରିକ ଶିଖର ସମ୍ମିଳନୀ ବୈଠକ ହେବ । ସେ କହିଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ ଓ ମୁଁ ଦ୍ୱିପାକ୍ଷିକ ଓ ଗ୍ଲୋବାଲ ପ୍ରସଙ୍ଗ ନେଇ ଆଲୋଚନା କରିବୁ । ଏହାରି ଭିତରେ ଆଦାନ ପ୍ରଦାନ ହେବ । ଏଥିରେ ବର୍ତ୍ତମାନ ଓ ଭବିଷ୍ୟତ ପନ୍ଥା ମଧ୍ୟ ସାମିଲ ରହିବ । ମୋଦି କହିଛନ୍ତି, ଏଥିରେ ଭାରତ-ଚୀନ ସମ୍ପର୍କରେ ସାମରିକ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସମୀକ୍ଷା ହେବ ।

ମୋଦି-ଜିନପିଙ୍ଗଙ୍କ ବୈଠକ ବେଳେ ଭାରତ-ଚୀନ ସୀମା ବିବାଦ ନେଇ ଆଲୋଚନା ହୋଇପାରେ । ଉଭୟ ନେତା ଡୋକଲାମ ବିବାଦ ନେଇ ଚର୍ଚ୍ଚା କରିପାରନ୍ତି । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଅସୁନ୍ତଳନ ଉପରେ ଆଲୋଚନା ହେବାର ଆଶା କରାଯାଉଛି । ସେହିପରି ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ଚୀନ ମସୁଦ ଆଜହାରଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତର ଉଦ୍ୟମକୁ ସମର୍ଥନ ଦେଉ ନାହିଁ । ଏହି ବୈଠକରେ ମସୁଦ ଉପରେ ମଧ୍ୟ ଆଲୋଚନା ହୋଇପାରେ ।