ଚୀନ ହ୍ୟାକର୍ସଙ୍କ ଟାର୍ଗେଟରେ ହ୍ଵାଟ୍ସଅାପ ୟୁଜର୍ସ

0
728
hacker
hacker

ବେଙ୍ଗଲୁରୁ :  ଭାରତୀୟ ୟୁଜର୍ସଙ୍କ ହ୍ଵାଟ୍ସଅାପ ଆକାଉଣ୍ଟକୁ ହ୍ୟାକ୍ କରୁଛନ୍ତି ଚୀନର ହ୍ୟାକର।   ରବିବାର ଚୀନର ହ୍ୟାକରଙ୍କ ଏହି କାର୍ୟ୍ୟକଳାପର ଖୁଲାସା କରି ଭାରତୀୟ ସେନା ଏକ ଭିଡିଓ ରିଲିଜ୍ କରିଛନ୍ତି। ସେନା ଲୋକଙ୍କୁ ଅପିଲ କରିଛନ୍ତି ଯେ  ସୋସିଆଲ ମେସେଞ୍ଜର୍ସ ଆପ୍ସକୁ ସାବଧାନ ଓ ସୁରକ୍ଷିତ ଭାବେ ବ୍ୟବହାର କରନ୍ତୁ। ପ୍ରାୟ ୪ ମାସ ପୂର୍ବେ ସେନା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ଉପରେ ମୁତୟନ ସୈନିକଙ୍କ ହ୍ଵାଟ୍ସଅପ ଆପ୍ ସମେତ ଅନେକ ବିପଦଜ୍ଜନକ ଆପ୍ସର ବ୍ୟବହାରକୁ ନେଇ ଚେତାବନୀ ଦେଇଥିଲେ।

ଭାରତୀୟ ସେନାର ଅଧିକାରୀକ ଟ୍ଵିଟର ହ୍ୟାଣ୍ଡେଲ ଅଡିସିନାଲ ଡିରେକ୍ଟର ଜେନେରାଲ ଅଫ ପବ୍ଲିକ ଇଣ୍ଟରଫେସ(ଏଡିଜିପି)ରୁ ହୋଇଥିବା ଟ୍ଵିଟରେ ସୋସିଆଲ ମିଡିଆ ୟୁଜର୍ସଙ୍କୁ ହ୍ୟାକିଙ୍ଗ ପ୍ରତି ସତର୍କ କରାଇଯାଇଛି। ଏହି ଟ୍ଵିଟରେ ପ୍ରତି ରକ୍ଷା ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍ କରାଯାଇଛି। ଭାରତୀୟ ସେନା ଟ୍ଵିଟ୍ କରିଛନ୍ତି ଯେ ସଜାଗ ରୁହନ୍ତୁ, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଭାରତୀୟ ସେନା ସୋସିଆଲ ମିଡିଆର ଉଚିତ୍ ଏବଂ ନିୟମବଦ୍ଧ ଆକାଉଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ହ୍ୟାକିଂ ମାମଲା ଏବେ ବଢି ଚାଲିଛି, ଏହା ସେମାନଙ୍କୁ ସତର୍କ କରାଇ ଦିଆଯାଉଛି ଯେ ଯେଉଁମାନେ ଏହି ଦିଗ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି। ନିଜର ସୋସିଆଲ ମିଡିଆକୁ ସର୍ବଦା ଚେକ୍ କରନ୍ତୁ। ବ୍ୟକ୍ତିଗତ ଏବଂ ଗ୍ରୁପ୍ ଆକାଉଣ୍ଟ ବିଷୟରେ ସାବଧାନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ସେନା କହିଛି। ଏଡିଜିପିଆଇ ଏକ ଭିଡିଓ ଟ୍ଵିଟ୍  କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଚୀନ ଆପଣଙ୍କ ଡିଜିଟାଲ ଦୁନିଆରେ ଅନୁପ୍ରବେଶ କରିବା ପାଇଁ ସବୁ ପ୍ରକାରର ପ୍ଲାଟଫର୍ମର ବ୍ୟବହାର କରୁଛି। ହ୍ଵାଟ୍ସଅାପ୍ ଗ୍ରୁପ ଆପଣଙ୍କ ସିଷ୍ଟମରେ ପ୍ରବେଶ କରିବା ଏବଂ ହ୍ୟାକିଂ କରିବା ଏକ ନୂତନ ଅସ୍ତ୍ର ହୋଇଛି। ସେନା ୟୁଜର୍ସଙ୍କୁ ସଜାଗ ରହିବାର ପରାମର୍ଶ ଦେବା ସହିତ ଅପିଲ କରିଛନ୍ତି ଯେ ଆପଣ ନିଜର ଗ୍ରୁପକୁ ନିୟମିତ ଯାଞ୍ଚ କରନ୍ତୁ ଯେ କେଉଁଠି +୮୬ରୁ ଆରମ୍ଭ ହେଉଥିବା ନମ୍ବର ଆପଣଙ୍କ ଗ୍ରୁପରେ ନାହିଁ ତ। ଭିଡିଓରେ କୁହାଯାଇଛି ଯେ ଯଦି ଆପଣ ସିମ କାର୍ଡ ଚେଞ୍ଜ କରୁଛନ୍ତି ତେବେ ତାକୁ ପୁରା ନଷ୍ଟ କରି ଦିଅନ୍ତୁ। ଏହା ମଧ୍ୟ କୁହାଯାଇଛି ଯେ ହ୍ଵାଟ୍ସଅାପ ଗ୍ରୁପରୁ ଚୋରା ଯାଇଥିବା ସୂଚନା ଚୀନ ହ୍ୟାକର୍ସ ପର୍ୟ୍ୟନ୍ତ ପହଞ୍ଚୁଛି।