ମୁମ୍ବାଇ : ଚେନ୍ନାଇ ଠାରୁ ହାରି ପଞ୍ଜାବର ତାର ଅଭିଯାନ ଶେଷ କରିଛି। ପାଞ୍ଜାବକୁ ୫ ୱିକେଟ୍ରେ ହରାଇ ଚେନ୍ନାଇ ଦ୍ୱିତୀୟ ସ୍ଥାନ ସୁରକ୍ଷିତ କରିବା ସହ ପଞ୍ଚାବକୁ ପ୍ଲେଅଫରୁ ବଞ୍ଚିତ କରିଛି। ସନ୍ରାଇଜର୍ସ ହାଇଦରାବାଦ,ଚେନ୍ନଇ ସୁପର କିଙ୍ଗ୍ସ,କଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ର ପ୍ଲେଅଫ୍ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଠାରୁ ପ୍ଲେଅଫ୍ ମ୍ୟାଚ ଆରମ୍ଭ ହେବ। ୨୭।୫ ତାରିଖ ରବିବାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
ମୁମ୍ବାଇକୁ ଯେପରି ଭାବରେ ଦିଲ୍ଲୀ ଆଇପିଏଲ୍ରୁ ବିଦା କଲା ଠିକ୍ ସେହିପରି ଚେନ୍ନାଇ ଠାରୁ ହାରି ପଞ୍ଜାବର ତାର ଅଭିଯାନ ଶେଷ କରିଛି। ଚେନ୍ନାଇର ହୋମ ପିଚ୍ ପୁଣେ ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପାଞ୍ଜାବକୁ ୫ ୱିକେଟ୍ରେ ହରାଇ ଚେନ୍ନାଇ ଦ୍ୱିତୀୟ ସ୍ଥାନ ସୁରକ୍ଷିତ କରିବା ସହ ପଞ୍ଚାବକୁ ପ୍ଲେଅଫରୁ ବଞ୍ଚିତ କରିଛି। ରବିବାରର ଦ୍ୱିତୀୟ ମ୍ୟାଚ୍ରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଦଳ ପକ୍ଷରୁ କରୁନ ନାୟର ସର୍ବାଧିକ ୫୪ ରନ୍ କରିଥିବା ବେଳେ ମନୋଜ ତିୱାରି ୩୫ ରନ୍ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଇନ୍ ଫର୍ମ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଓ ବିସ୍ଫୋରକ ଖେଳାଳି ଗେଲ୍ଙ୍କ ବ୍ୟାଟ୍ ଚାଲିନଥିଲା। ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନ୍ଗିଡ଼ି ୪ ଓଭର ବୋଲିଂ କରି ମାତ୍ର ୧୦ରନ୍ ଦେଇ ମୂଲ୍ୟବାନ ୪ଟି ୱିକେଟ୍ ହାସଲ କରିଥିଲେ। ଫଳରେ ପଞ୍ଜାବର ସ୍କୋର୍ ୧୫୩ ରନ୍ରେ ସିମିତ ରହିଥିଲା।
୧୫୪ ରନ୍କୁ ପିଛା କରି ୧୯.୧ ଓଭରରେ ୫ ୱିକେଟ୍ ହରାଇ ଜିତିନେଇଥିଲା ଚେନ୍ନାଇ। ଦଳ ପକ୍ଷରୁ ସୁରେଶ ରାଇନାଙ୍କ ବ୍ୟାଟ୍ରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ୪୮ ବଲ୍ରୁ ୬୧ ରନ୍ର ଅପରାଜିତ ଇଂନିସ ଖେଳିଥିଲେ। ଏହି ବିଜୟ ସହ ଚେନ୍ନାଇ କେବଳ ପଞ୍ଜାବାକୁ ଆଇପିଏଲ୍ରୁ ବିଦା କରିନଥିଲା, ବରଂ ଟପ-୨ରେ ନିଜ ସ୍ଥାନକୁ ସୁରକ୍ଷିତ ରଖିଥିଲା। କାରଣ ଚେନ୍ନାଇ ଯିଦି ଏହି ମ୍ୟାଚ୍ ବଡ଼ ବ୍ୟବଧାନରେ ପଞ୍ଜାବ ଠାରୁ ହାରିଥାନ୍ତା ତେବେ ରନ୍ ରେଟ୍ ଆଧାରରେ ପଏଣ୍ଟ ଟେବୁଲରେ ଦ୍ୱିତୀୟ ବଦଳରେ ତୃତୀୟ ସ୍ଥାନକୁ ଖସି ଆସିଥାନ୍ତା। ଏବଂ କେକେଆର୍ ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଥାନ୍ତି। କେକେଆର୍ ୧୬ ଅଙ୍କ ପାଇଥିବା ବେଳେ ଏହି ମ୍ୟାଚ୍ ପୂର୍ବରୁ ଚେନ୍ନାଇ ମଧ୍ୟ ସାମନ ୧୬ ଅଙ୍କରେ ରହିଥିଲା। କିନ୍ତୁ ପଞ୍ଜାବକୁ ହରାଇ ଚେନ୍ନାଇ ଦୁଇ ଅଙ୍କ ଲାଭ କରି ୧୮ ଅଙ୍କ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଛି।