ଛତିଶଗଡକୁ ଚୋରା ଚାଲାଣ ହେଉଛି ଲଘୁ ଖଣିଜ ଦ୍ରବ୍ୟ

0
849
maheswar mohanty
maheswar mohanty
ଭୁବନେଶ୍ୱର :   ରାଜ୍ୟ ବାହାରକୁ ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରାଚାଲାଣ ସରାକରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।  ଚୋରାଚାଲାଣ ରୋକିବାକୁ ଓଡିଶା ଶିଳ୍ପ ନିରାପତା ବାହିନୀ ଗଠନ କରାଯିବା ନେଇ ସୂଚନା ଦେଇଛନ୍ତି  ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି।
 ପଡୋଶୀ ଛତିଶଗଡକୁ ଚାଲିଛି ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରାଚାଲାଣ । ପ୍ରଶ୍ନକାଳରେ  ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ଏକ ପ୍ରଶ୍ନର ଉତର ଦେବାକୁ ଯାଇ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଥିବା କଥା ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ସ୍ୱୀକାର କରିଛନ୍ତି ।  ଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଥିବା ୧୦ଟି ପଂଚାୟତକୁ ଚିହ୍ନଟ କରାଯାଇଥିବା ଶ୍ରୀ ମହାନ୍ତି ଉତର ରଖି ପ୍ରକାଶ କରିବା ସହ ଚୋରାଚାଲାଣ ରୋକିବାକୁ ଓଡିଶା ଶିଳ୍ପ ନିରାପତା ବାହିନୀ ଗଠନ କରାଯିବା ନେଇ ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବରୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଥିବା ଶ୍ରୀମହାନ୍ତି ଉତରରେ ପ୍ରକାଶ କରିଛନ୍ତି ।