ଛତିଶଗଡ : ୧୨ ମାଓବାଦୀ ଗିରଫ

0
824
maoist operation
maoist operation
ଛତିଶଗଡ : ୧୨ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଛତିଶଗଡ  ପୋଲିସ । କମ୍ବିଂ ଅପରେସନ ବେଳେ  ୧୨ ମାଓବାଦୀଙ୍କୁ ଗିରଫ କରିଥିଲା ସୁକମା ପୋଲିସ । ଶେଷରେ ଛତିଶଗଡ ପୋଲିସକୁ ମିଲିଛି ବଡଧରଣର ସଫଳତା । ବହୁ ଦିନର ବ୍ୟବଧାନ ପରେ ୧୨ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଛତିଶଗରେ ଲଗାତାର ମାଓ ହମଲା ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଥିଲା । ଯାହାର ଫଳସ୍ୱରୁପ ଆଜି ପୋଲିସ ହାତରେ ଧରା ପଡିଛନ୍ତି ୧୨ ମାଓ କ୍ୟାଡର ।

ସୂଚନାଯୋଗ୍ୟକି କିଛିଦିନ ପୂର୍ବେ ସୁକମା ଅଂଚଳରେ ମାଓବାଦୀଙ୍କ ଦ୍ୱାରା ଖଞା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୯ଜଣ ଯବାନ ସହିଦ ହୋଇଥିଲେ । ଯାହାପରେ କମ୍ବିଂକୁ ବ୍ୟାପକ କରାଯାଇଥିଲା । ଉଭୟ ସିଆରପିଏଫ୍ ଏବଂ ରାଜ୍ୟ ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଉଥିଲା । ଆଜି ସୁକମା ଜଙ୍ଗଲରେ କମ୍ବିଂ ଚାଲିଥିବା ବେଳେ ୧୨ ମାଓବାଦୀଙ୍କୁ ଗିରଫ କରିଥିଲା ସୁକମା ପୋଲିସ । ଗିରଫ ମାଓବାଦୀ ମାନେ କିସ୍ତାରାମ ଜଙ୍ଗଲରେ ହୋଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସଂପୃକ୍ତ ଥିବା ସଂନ୍ଦେହ କରାଯାଉଛି । ଯେଉଁ ବିସ୍ଫୋରଣରେ ୯ ଯବାନ ପ୍ରାଣବଳି ଦେଇଥିଲେ ।