ଛାତ୍ରୀକୁ ଦୁଷ୍କର୍ମ : କୋର୍ଟ ଚାଲାଣ ହେଲେ ନାବାଳକ ସହ ୩ ବଳାତ୍କାରୀ

0
754
rape
rape
ଜଗତସିଂହପୁର : ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗ ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ନାବାଳକ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ଅନୁଗୁଳସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଅନ୍ୟ ୨ ଅଭିଯୁକ୍ତ ରଶ୍ମିରଂଜନ ଓ ଚନ୍ଦ୍ରମଣୀଙ୍କୁ ଜଗତସିଂହପୁର ଉପକାରାଗାରକୁ ପଠାଇ ଦିଆଯାଇଛି ।
ଜଗତସିଂହପୁର ତିର୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଫାଣ୍ଡି ଭଅଁସ ଗ୍ରାମରେ ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗ ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ନାବାଳକ ଅପରାଧୀଙ୍କୁ ଜିଲ୍ଲା ଜୁଭେଇନାଲ ଜର୍ଜ କୋର୍ଟରେ ହାଜର କରାଯାଇଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ରଶ୍ମିରଂଜନ ଦାସ, ଭଅଁସର ଗ୍ରାମର ଚନ୍ଦ୍ରମଣୀ ବେହେରାଙ୍କୁ  ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।  ନାବାଳକ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ଅନୁଗୁଳସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଅନ୍ୟ ୨ ଅଭିଯୁକ୍ତ ରଶ୍ମିରଂଜନ ଓ ଚନ୍ଦ୍ରମଣୀଙ୍କୁ ଜଗତସିଂହପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ଗତ ୨୭ ତାରିଖ ସଂଧ୍ୟାରେ ପୀଡିତା ନାବାଳିକା ଟ୍ୟୁସନ୍‌ ଯାଉଥିବା ସମୟରେ ଇଟାଭାଟିରେ କାମ କରୁଥିବା ରଶ୍ମିରଂଜନ ଓ ଚନ୍ଦ୍ରମଣୀଙ୍କ ସମେତ ଜଣେ ନାବାଳକ ଦୁଷ୍କର୍ମ କରିଥିଲେ । ଏ ନେଇ ପରିବାର ଲୋକ କ୍ରୀଷ୍ଣନନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ।

ଅନ୍ୟପକ୍ଷରେ ସାଲେପୁରରେ ଦୁଷ୍କର୍ମର ଶୀକାର ହୋଇ ପ୍ରାଣ ହରାଇଥିବା ନାବାଳିକାକୁ ନ୍ୟାୟ ଦେବା ଦାବିରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିଜେପି ମହିଳା ମୋର୍ଚ୍ଚା କ୍ୟାଣ୍ଡେଲ ରାଲି କରିଛି । ତେବେ କର୍ମୀମାନେ ସଦର ମହକୁମାରେ ଏକତ୍ରିତ ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଗତ ଏକମାସ ମଧ୍ୟରେ ପ୍ରାୟ ୧୦ ଜଣ ନାବାଳିକା ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିବା ସହ ରାଜ୍ୟରେ ଆଇନ ଶୃଂଖଳା ପରିସ୍ଥିତି ଭୁଷୁଡି ପଡିଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା ।  ତେବେ ଏହି ଘଟଣାରେ କ୍ରାଇମବ୍ରାଂଚ ଏଡିଜି ଏହି ଘଟଣାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ ହୋଇଥିବା ପ୍ରକାଶ କରିବା ସହ ଅଭିଯୁକ୍ତକୁ ୨୦ ବର୍ଷର ଜେଲ ଦଣ୍ଡ ମିଳିବା ନେଇ ସେ ପ୍ରେସମିଟରେ ସୂଚନା ଦେଇଛନ୍ତି ।