ଛାତ୍ର ଅଶାନ୍ତି : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ୍‌-ଏ-ଡାଏ

0
940
central university, koraput
central university, koraput
କୋରାପୁଟ : ଛାତ୍ର ଅଶାନ୍ତି ନେଇ  କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିବାରୁ କର୍ତ୍ତୃପକ୍ଷ ସାଇନ୍‌-ଏ-ଡାଏ ଘୋଷଣା କରିଛନ୍ତି ।
ବିଭିନ୍ନ ଅସୁବିଧାକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିବାରୁ କର୍ତ୍ତୃପକ୍ଷ ସାଇନ୍‌-ଏ-ଡାଏ ଘୋଷଣା କରିଛନ୍ତି । ଆଜି ସକାଳ ୧୦ଟା ସୁଦ୍ଧା କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଛାତ୍ରମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣୁ ନ ଥିବା ଆନ୍ଦୋଳନକାରୀ ଛାତ୍ରଛାତ୍ରୀ କହିଛନ୍ତି ।  ବିଶ୍ୱବିଦ୍ୟାଳୟରେ ଥିବା ଛାତ୍ରାବାସରେ ପାଣି, ବିଜୁଳି ଏବଂ ଖାଇବା ଭଳି ବିଭିନ୍ନ ଅସୁବିଧା ରହିଛି । ଏପରିକି ୟୁନିଭର୍ସିଟି କ୍ୟାମ୍ପସ୍‌ରୁ ମୁଖ୍ୟ ରାସ୍ତାକୁ ୭ କିଲୋମିଟର ଯିବାକୁ ପଡ଼ୁଥିଲେ ମଧ୍ୟ କୌଣସି ଗାଡ଼ିର ସୁବିଧା ନ ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏ ନେଇ ପୂର୍ବରୁ ଆନ୍ଦୋଳନ କରାଯାଇଥିଲା । ତୁରନ୍ତ ଏସବୁର ସମାଧାନ ହେବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କର୍ତ୍ତୃପକ୍ଷ ନିଜର ପ୍ରତିଶ୍ରୁତି ରଖି ନ ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଗତକାଲିଠାରୁ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ । ଆଜି ବିଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ୍‌-ଏ-ଡାଏ ଘୋଷଣା କରିଛନ୍ତି ଏବଂ ପିଲାଙ୍କୁ ତୁରନ୍ତ କ୍ୟାମ୍ପସ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।