ଜନଜାତି ପରାମର୍ଶଦାତା ବୈଠକ ନ ବସିବାରୁ ବିରୋଧୀଙ୍କ ହୋହାଲ୍ଲା

0
841
assembly
assembly
ଭୁବନେଶ୍ୱର : ଜନଜାତି ପରାମର୍ଶଦାତା କମିଟି ବୈଠନ ନ ବସିବାକୁ ନେଇ କଂଗ୍ରେସ ଦଳର ସଦସ୍ୟମାନେ ହୋହାଲ୍ଲା କରିଛନ୍ତି । ବିଧାନସଭା ବଜେଟ୍‌ ଅଧିବେଶନର  ଶେଷ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନୋତ୍ତର କାଳ ସ୍ୱାଭାବିକ ଚାଲିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଜନଜାତି ପରାମର୍ଶଦାତା କମିଟି ବୈଠକ ପ୍ରସଙ୍ଗ ଉଠାଇଥିଲେ । ପ୍ରତି ୬ ମାସରେ ଥରେ ବୈଠକ ବସିବାର ନିୟମ ରହିଛି । କିନ୍ତୁ ୧୭ ବର୍ଷ ଶାସନ ମଧ୍ୟରେ ମାତ୍ର ୧୫ଥର ବୈଠକ ବସିଛି ବୋଲି ନରସିଂହ ମିଶ୍ର କହିଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ପ୍ରଥମେ ଗୃହ କାର୍ୟ୍ୟକୁ ୧୧ଟା ୩୦ ଓ ପରେ ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।